ଓଡ଼ଗାଁ,୩୦ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅନ୍ତର୍ଗତ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ପ୍ରାୟତଃ ବୁଧବାର ବନ୍ଦ ରହିଥିଲା । ରାଜ୍ୟ ସରକାରଙ୍କ ଦ୍ଵାରା ଗହ୍ନା ପୂର୍ଣ୍ଣିମା ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନଟିକୁ ସରକାରୀ ଛୁଟି ଘୋଷଣା କରାଯାଇଥିବା ବେଳେ ଏହି ଛୁଟି ଅଙ୍ଗନୱାଡି କେନ୍ଦ୍ର ନିମନ୍ତେ ଉଦ୍ଦିଷ୍ଟ ନଥିଲା । ହେଲେ ଓଡ଼ଗାଁ ଏନଏସି ଅଞ୍ଚଳର ୧୦ରୁ ଉର୍ଦ୍ଧ୍ବ କେନ୍ଦ୍ର ବନ୍ଦ ରହିଥିବା ଅଭିଯୋଗ ହୋଇଥିଲା । ଆଜିର ଦିନରେ ପିଲାମାନଙ୍କୁ ରାକ୍ଷୀ ପର୍ବ ସମ୍ପର୍କରେ ବୁଝାଇବା ସହିତ ଖେଳ କୁଦ ଓ ମନୋରଂଜନ କାର୍ଯ୍ୟକ୍ରମ କରିବା କଥା ବୋଲି ସିଡିପିଓ ଲହଡିମାଳା ପ୍ରଧାନ କହିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ବନ୍ଦ ରହିବା ଦୁର୍ଭାଗ୍ୟଜନକ ବୋଲି ପ୍ରତିକ୍ରିୟା ରଖିଥିଲେ । ଏନେଇ ଅଭିଯୋଗ ମିଳିବା ପରେ ବିଭାଗୀୟ ସୁପରଭାଇଜରଙ୍କୁ କେନ୍ଦ୍ର ପରିଦର୍ଶନ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ତେବେ ସେମାନଙ୍କ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ରିପୋର୍ଟ ପାଇନଥିବା କ୍ଷୋଭର ସହ କହିଥିଲେ । ରିପୋର୍ଟ ପହଁଚିବା ପରେ ଏନେଇ କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିବେ ବୋଲି କହିଛନ୍ତି ।
ରାଜ୍ୟ
ଓଡ଼ଗାଁ ଏନଏସିର ଅଙ୍ଗନୱାଡି କେନ୍ଦ୍ରର ଅଘୋଷିତ ଛୁଟି: ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ
- Hits: 488








