ହେଡଲାଇନସ୍:

ମୂର୍ଖ ନା ଅଜ୍ଞ ଏହି ବାବୁମାନେ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ୱାଧୀନତା ସଂଗ୍ରାମୀ ବହ୍ନିକନ୍ୟାଙ୍କର ନାମ ମଧ୍ୟ ଠିକରେ ଲେଖିବାରେ ଅସମର୍ଥ !!

ବରଗଡ :- ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସମାଜ ସେବୀକା , ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ , ପରମ ପୂଜନୀୟା ବଡ଼ମାଁ ବହ୍ନିକନ୍ୟା ପାର୍ବତୀ ଗିରି ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ । ସ୍ୱାଧୀନତା ସଂଗ୍ରାମ ସହିତ ଗରିବ ଅନାଥ ଶିଶୁ ଓ ଅନେକ ବେସାହାରା ଲୋକଙ୍କ ପାଇଁ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସେବାକାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ସହିତ ତାଙ୍କର ଜୀବନୀ ଲୋକଙ୍କୁ ନିଃସ୍ୱାର୍ଥପର ଜନସେବା ପାଇଁ ଆଜିବି ଲୋକଙ୍କୁ ପ୍ରେରଣା ଦେଉଛି ।
ଆଜି ସନ୍ଧ୍ୟା ସମୟରୁ ଜିଲ୍ଲାପାଳ ଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ସେକ୍ସନ ଦ୍ୱାରା ଜାରି କରାଯାଇଥିବା ଚିଠି ନମ୍ବର 615 /dt 29 , 08 , 23 ରେ ଆସନ୍ତା 31 , 08 , 23 ତାରିଖରେ ବଡ଼ ମାଁ ଙ୍କର ଏକ ପ୍ରତିମୂର୍ତ୍ତି ବେସରକାରୀ ବସ ଷ୍ଟାଣ୍ଡ ରେ ସ୍ଥାପନ କରାଯିବାର ସୂଚନା ରହିଛି । ଉକ୍ତ ଚିଠିରେ ବଡମାଁ ଙ୍କର ନାମ ପୂର୍ବରୁ "ଶ୍ରୀ" ଯୋଡି ଡିଆ ଯାଇଛି । ତାର ମାନେ କଣ ବିଭାଗ ଜାଣିନାହିଁ କି ବଡ଼ ମାଁ ଜଣେ ମହିୟସୀ ମହିଳା ଅଟନ୍ତି ବୋଲି ? ନା ଵିଭାଗୀୟ ଅଧିକାରୀ ଜଣକ ତରବରିଆ ଭାବରେ ନିଜର କାମ ସାରିଦେଇ ଚୁପ ? ଏହି ଚିଠି ଟି ସର୍ବସାଧାରଣ ରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପଲଟିବା ସହିତ ଵିଭାଗୀୟ ଅଧିକାରୀ ଙ୍କର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଉ ରହିଲା କଥା ବଡ଼ ମାଁ ଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାର | ସେଥିରେ ବି ପ୍ରଶାସନ ଓ ଅବହେଳା ସ୍ପଷ୍ଟ ଭାବରେ ଦେଖା ଦେଉଛି । ଅବଶ୍ୟ ବଡ ମାଁ ଙ୍କର ପ୍ରତି ପ୍ରଶାସନ ସବୁବେଳେ ଅବହେଳା ପ୍ରଦର୍ଶନ କରି ଆସୁଥିବା ଲୋକେ ଅଭିଯୋଗ କରିଆସିଛନ୍ତି | ଏହାର ଅନେକ ଉଦାହରଣ ରହିଛି । ଏବେ ଦେଖିବାକୁ ବାକି ରହିଲା ଉକ୍ତ ଚିଠି ର ଭୁଲ କୁ ପ୍ରଶାସନ କେବେ ସୁଧାର କରି ନିଜର ଭୁଲ ମାଗିବ ।

0
0
0
s2sdefault