ହେଡଲାଇନସ୍:

''ଆକାଂକ୍ଷା'' ମହିଳା ସଂଗଠନ ତରଫରୁ ରକ୍ଷା ବନ୍ଧନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ''ଆକାଂକ୍ଷା'' ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଝାମି ଗ୍ରାମ କୃଷି କ୍ଷେତ୍ର ଠାରେ କୃଷକ ଭାଇ ମାନଙ୍କୁ ନେଇ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କୃଷକ ଭାଇ ମାନଙ୍କୁ ଧୂପ , ଦୀପ , ଚନ୍ଦନ ଓ ପୁଷ୍ପ ରେ ବନ୍ଦାପନା କରାଯିବା ସହିତ ଉପଢୌକନ ଦିଆଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ କୃଷକ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ର ଶୁଭକାମନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି କହିଥିଲେ ଯେ କୃଷକ ମାନେ ହେଉଛନ୍ତି ଆମ ଦେଶର ଅନ୍ନ ଦାତା। ଦେଶର ଉନ୍ନତି ଓ ପ୍ରଗତି ର ମୁଖ୍ୟ ନାୟକ ସେମାନଙ୍କ ର ସୁରକ୍ଷା ଆମ ସମସ୍ତଙ୍କ ର କର୍ତ୍ତବ୍ୟ।
ଉପଦେଷ୍ଟା ଡ. କଲ୍ୟାଣୀ ମିଶ୍ର କହିଥିଲେ କହିଥିଲେ ଯେ ସଂସ୍କୃତି ଓ ପରମ୍ପରା କାର୍ଯ୍ୟକ୍ରମ କୃଷକ ଭାଇ ମାନଙ୍କୁ ରାଖି ବାନ୍ଧି ଖୁସି ହେଲୁ। ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ କହିଥିଲେ ଯେ କୃଷକ ଭାଇ ମାନଙ୍କ ସହିତ ମିଶି ଆଜି ଜମିରେ ଘାସ ବାଛିବା ସହିତ କିଛି ସମୟ କୃଷି କ୍ଷେତ୍ରରେ ବିତାଇ ଥିବାରୁ ଖୁସି ଲାଗିଲା। ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି କର୍ମୀ ପି. ଉଷା ଦେବୀ ଏବଂ ଗ୍ରାମର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ଏ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।

0
0
0
s2sdefault