ହେଡଲାଇନସ୍:

ବୃକ୍ଷକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କଲା ବେଲଗୁଣ୍ଠା ପ୍ରେସ୍ କ୍ଳବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଲଗୁଣ୍ଠା,(ଶିବରାମ ଚୌଧୁରୀ) :- "ବୃକ୍ଷ ହିଁ ଜୀବନ" ।ବୃକ୍ଷ ହିଁ ପରିବେଶକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ଏବଂ ପରିବେଶର ଜଳବାୟୁ ସନ୍ତୁଳନ କରିବା ବୃକ୍ଷର ଭୂମିକା ଅନ୍ୟତମ ।ଏହା ହୃଦୟଙ୍ଗମ କରି ବେଲଗୁଣ୍ଠା ପ୍ରେସ୍ କ୍ଳବ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ କରିଥାଏ ।କିନ୍ତୁ ଆଜି ବୃକ୍ଷର ସୁରକ୍ଷା ପାଇଁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କରିଛି ବେଲଗୁଣ୍ଠା ପ୍ରେସ୍ କ୍ଳବ । ଆଜିର ଏହି ଅନନ୍ୟ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟ ରଞ୍ଜନ ଦାଶ ମୂଖ୍ୟ ଅତିଥି, କନିଷ୍ଠ ଯନ୍ତ୍ରୀ ବିଶ୍ୱରଂଜନ ଜେନା ଓ ମଙ୍ଗଳୁ ମୁନି, କ୍ଷୀରୋଦ ବେହେରା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଆବାହକରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିବା ଓ ଏହା ବଢିଲା ପର୍ଯ୍ୟନ୍ତ ଏହାର ସୁରକ୍ଷା କରିବା ପାଇଁ ବୃକ୍ଷକୁ ରାକ୍ଷୀ ବାନ୍ଧି ସମସ୍ତେ ଶପଥ ନେଇଥିଲେ । ଆଜି ବୃକ୍ଷରେ ବାନ୍ଧି ହୋଇଥିବା ରାକ୍ଷୀ ମଧ୍ୟ ଥିଲା ସ୍ୱତନ୍ତ୍ର । ଗୋଲାପ ଫୁଲ, ରଜନୀ ଗନ୍ଧା ଓ ବିଭିନ୍ନ ପତ୍ର ତିଆରି ରାକ୍ଷୀ ଦର୍ଶାଇ ଥିଲା ଯେ ମଣିଷ ଓ ବୃକ୍ଷର ସମ୍ପର୍କ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ,ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି,ସହ-ସମ୍ପାଦକ ସରୋଜ କୁମାର ଶତପଥୀ,ଶିବରାମ ଚୌଧୁରୀ, ଚନ୍ଦନ କୁମାର ସାହୁ, ନାରାୟଣ ପଣ୍ଡା, ମହେନ୍ଦ୍ର କୁମାର ଦାଶ,କୁନି ବୃକ୍ଷ ପ୍ରେମୀ ବିଦ୍ୱାନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault