ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଗ୍ରାମରେ ଭୋଲାନାଥ ବୋଲବମ୍ କମିଟି ଦ୍ବାରା ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବୈଦିକରୀତି ନାତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା। ଏହି ନାମଯଜ୍ଞ ରେ ଯଶୋବନ୍ତ ସାହୁ ଓ ସସ୍ମିତା ବେହେରା ବସିଥିଲେ। ନାମାରମ୍ଭ ବେଲେ ୨ ନମ୍ବର ଜୋନଲ ଜିଲ୍ଲାପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଯୋଗଦାନ କରିଥିଲେ। ପୂଣ୍ଣାହୂତ ସମୟରେ ଓଡିଶା ସରକାର ଙ୍କ ହସ୍ତ ତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ,ଗାଇସିଲାଟ ବ୍ଲକ ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ, ଯୋଗଦେଇ ଦେଇଥିଲେ।ଏହି ନାମ ସଂକିର୍ତ୍ତନ ରେ କମଲାପଦର, ଅରଗଡି, କଣ୍ଠିପାଲି, ପଣ୍ଡରିପାଣି, କନ୍ଦାଗାଡ ଯୋଗଦାନ କରିଥିଲେ। ଏହି ନାମ ସଂକିର୍ତ୍ତନ ରେ କନ୍ଦାଗାଡର ସମସ୍ତ ବୋଲବମ୍ ଭକ୍ତ ସାହାୟ୍ଯ ସହଯୋଗ କରିଥିଲେ।
ରାଜ୍ୟ
ବୋଲବମ୍ ପୂଣ୍ଣିମା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି
- Hits: 877








