ହେଡଲାଇନସ୍:

ସୋଆର କୃଷି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗି୍ରକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୩ ବ୍ୟାଚର ବିଏସ୍ସି (ଏଗି୍ରକଲ୍ଚର) ଓ ଏମ୍ଏସ୍ସି (ଆଗ୍ରୀକଲ୍ଚର) ଛାତ୍ରଛାତ୍ରୀ ମାନଙ୍କୁ ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ସ୍ନାତକ ଓ ସ୍ନାତକୋତର ଉପାଧି ପ୍ରଦାନ କରାଯାଇଛି ।
ସୋଆ କୃଷି ମହାବିଦ୍ୟାଳୟରେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ସେମାନଙ୍କ ଡିଗ୍ରୀ ଗ୍ରହଣ କରିଥିଲେ ।
ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଫେସର ନନ୍ଦ କହିଥିଲେ ଭାରତ ଭଳି ଜନବହୁଳ ଦେଶରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କୃଷି ବିଜ୍ଞାନୀମାନଙ୍କ ଉପରେ ଅଛି । ଯେଉଁ ଡିଗ୍ରୀଟି ଆପଣମାନଙ୍କ ହାତରେ ଅଛି ତାହା ବିଶ୍ୱବାସୀଙ୍କ ସେବା ନିମନ୍ତେ ଉଦ୍ଧିଷ୍ଟ ବୋଲି ସେ କହିଥିଲେ ।
ସଫଳ ଛାତ୍ରଛାତ୍ରୀ ମାନଙ୍କୁ ସୋଆର ପ୍ରତିନିଧି ବୋଲି ଅଭିହିତ କରି ପ୍ରଫେସର ନନ୍ଦ କହିଥିଲେ ଯେ ୨୦୨୩ ନ୍ୟାସ୍ନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ରାଙ୍କିଙ୍ଗ ଫ୍ରେମୱର୍କ (ଏନ୍ଆଇଆରଏଫ )ରାଙ୍କିଙ୍ଗରେ ଦେଶର ୧୧୦୦ ରୁ ଉର୍ଧ୍ଵ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସୋଆ ୧୫ତମ ସ୍ଥାନ ହାସଲ କରିପାରିଛି । ତେଣୁ ଛାତ୍ରଛାତ୍ରୀ ମାନେ ଯେଉଁ ଭଳି କାର୍ଯ୍ୟ କରିବେ ତାହା ବିଶ୍ୱବିଦ୍ୟାଳୟ ନିମନ୍ତେ ପ୍ରତିଫଳନ ହେବ ବୋଲି ସେ କହିଥିଲେ ।
ଏହି ଅବସରରେ ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଥିଲେ ଯେ ଏହି ଆଗଧାଡିର କୃଷି ଶିକ୍ଷାନୁଷ୍ଠାନ ଗଢ଼ିବା ନିମନ୍ତେ ଅନେକ ପ୍ରଚେଷ୍ଟା କରାଯାଇଛି । ଆଇଏଏସ୍ରେ ଅତ୍ୟାଧୁନିକ ଲ୍ୟାବ, ସରଞ୍ଜାମ, ସ୍ମାର୍ଟ କ୍ଲାସରୁମ ଓ ୪୪ ଜଣ ବରିଷ୍ଠ ପ୍ରଫସରଙ୍କ ସମେତ ୧୪୨ ଜଣ ଫ୍ୟାକଲ୍ଟି ଅଛନ୍ତି । ସେହିପରି ଆଇଏଏସ୍ ବିଭିନ୍ନ ଜାତୀୟ ଅନୁଷ୍ଠାନ ସହିତ ୭ଟି ବୁଝାମଣା ପତ୍ର ସ୍ୱାକ୍ଷର କରିଛି ।
ଆଇଏଏସ୍ର କୀଟତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ବି.କେ. ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ଉପ-କୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଆଇଏଏସ୍ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁଙ୍କ ସମେତ ଏକାଡେମିକ୍ କାଉନ୍ସିଲର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ ।

0
0
0
s2sdefault