ହେଡଲାଇନସ୍:

ସାହିତ୍ୟର ସ୍ୱର "ଶ୍ରାବଣୀ" ସହିତ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ଶେଷ ସ୍ପର୍ଶ "ଶ୍ରାବଣୀ" କବିତା ଆସର ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟାୟର ଏହି ସଭାରେ ମୁଖ୍ୟ ଅତିଥିଭାବରେ ନୟାଗଡ଼ର ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ କବି ଲେଖକ ମାନେ ଅନ୍ୟାୟ ଅନୀତି ଓ କୁ ସଂସ୍କାର ବିରୁଦ୍ଧରେ ଲେଖନୀ ଚାଳନା କରିବା ପାଇଁ ମତାମତ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶୀଷ ପଟ୍ଟନାୟକ ଓ ମଣ୍ଡଳ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ କାଳଜୟୀ ସାହିତ୍ୟ ରଚନା ଉପରେ ବକ୍ତବ୍ୟ ଦେଇଥିଲେ l ଜିଲ୍ଲାର ଶତାଧିକ କବି ଲେଖକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କବିତା ପାଠ କରିଥିଲେ l ଆଜିର କବିତା ଆସରକୁ କବୟିତ୍ରୀ ସ୍ମିତା ସ୍ୱାଇଁ, ଶ୍ରାବଣୀ ନାଥ, ଗୋପୀନାଥ ସେଠୀ ଓ ଯଜ୍ଞଦତ୍ତ ରଥ ସଂଯୋଜନା କରିଥିବା ବେଳେ ସମ୍ପାଦକ ଶେଖ ଅବଦୁଲ ଖାଲିକ ପରିଚାଳନା କରିଥିଲେ l
. ଦ୍ୱିତୀୟ ପର୍ଯ୍ୟାୟରେ ପରିଷଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ପୁରୁଣା କମିଟିକୁ ଭଙ୍ଗ କରିବା ପରେ ଅସ୍ଥାୟୀ ସଭାପତି ଭାବରେ ବରିଷ୍ଠ କବି ଗୋଲଖ ବିହାରୀ ନାୟକ ମଞ୍ଚାସିନ ହୋଇ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ l ଅନ୍ୟତମ ବରିଷ୍ଠ କବି ପଦ୍ମନାଭ ପରିଡ଼ା ତାଙ୍କୁ ସହଯୋଗ କରିଥିଲେ l ସର୍ବ ସମ୍ମତି କ୍ରମେ ପ୍ରଧାନୀ ବୃନ୍ଦାବନ ମହାପାତ୍ର ସଭାପତି ଓ ଶେଖ ଅବଦୁଲ ଖାଲିକ ସମ୍ପାଦକ ଭାବରେ କ୍ରମାଗତ ତୃତୀୟ ଥର ପାଇଁ ମନୋନୀତ ହୋଇଥିବା ବେଳେ ଡ଼ଃ. ସୁକାନ୍ତି ମହାନ୍ତି ବରିଷ୍ଠ ଉପସଭାନେତ୍ରୀ, ହାଡିବନ୍ଧୁ ମହାଖୁଡ଼, ପ୍ରଶାନ୍ତ ଦାଶ ଓ ନୀଳିମା ନନ୍ଦ ଉପସଭାପତି, ବିଭୁତି ମିଶ୍ର ସାଧାରଣ ସମ୍ପାଦକ, ନିରାକାର ସ୍ୱାଇଁ ଓ ଉର୍ମିଳାବାଳା ମିଶ୍ର ସହସମ୍ପାଦକ, ଗୋପୀନାଥ ପରିଡ଼ା କୋଷାଧ୍ୟକ୍ଷ, ଶୀତୁପ୍ରକାଶ ରଥ ଓ ଗୋପୀନାଥ ସେଠୀ ସାଂସ୍କୃତିକ ସମ୍ପାଦକ, ଲଷ୍ମୀଧର ସାହୁ ଗଣ ମାଧ୍ୟମ ସଂଯୋଜକ, ଆଠ ଗୋଟି ବ୍ଲକ ସଂଯୋଜକ ପାଇଁ ଯଥାକ୍ରମେ ଅଜୟ କୁ ପ୍ରଧାନ, ସୌଦାମିନୀ ସ୍ୱାଇଁ, ଲକ୍ଷ୍ମଣ ନାୟକ, ନାରାୟଣ ଶୁକ୍ଲା, ଆନନ୍ଦ ଚନ୍ଦ୍ର ଦାଶ, ବିଘ୍ନେଶ୍ୱର ବେହେରା, ଯଶୋବନ୍ତ ପଟ୍ଟନାୟକ ଓ ସଞ୍ଜୟ କୁମାର ସାହୁ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀକୁ ବରିଷ୍ଠ କବି ଗୋଲଖ ବିହାରୀ ନାୟକ, ନିର୍ମଳ ଚନ୍ଦ୍ର ଶୂରଦେଓ, ଗୋଦାବରୀ ବସନ୍ତିଆ, ଇଂ ପଦ୍ମନାଭ ପରିଡ଼ା ଓ ନିରଞ୍ଜନ ନାୟକ ମନୋନୀତ ହେଲେ l ଉଭୟ କାର୍ଯ୍ୟକ୍ରମର ପରିସମାପ୍ତି ପରେ କବି ପ୍ରଶାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault