ଭୁବନେଶ୍ୱର– ହୋଟେଲ ଏବଂ ରେଷ୍ଟୁରାଂଟରେ ମିଲେଟ୍ସର ପ୍ରସାର ପାଇଁ ଓଡ଼ିଶା ମିଲେଟ୍ସ ମିଶନ (ଓ.ଏମ୍.ଏମ୍) ରେଷ୍ଟୁରାଂଟ ଏସୋସିଏସନ୍ ଅଫ୍ ଓଡ଼ିଶା ସହଭାଗୀତାରେ ଏକ ଅଭଯାନ ଆରମ୍ଭ କରିଛି । ମିଲେଟ୍ସ ସଚେତନତା ବୃଦ୍ଧି ପାଇଁ ଭାରତ ସରକାର ଙ୍କ ପ୍ରସ୍ତାବ ଅନୁଯାୟୀ ମିଳିତ ଜାତିସଂଘ ୨୦୨୩ ମସିହାକୁ “ଆନ୍ତର୍ଜାତୀୟ ମିଲେଟ ବର୍ଷ” ଭାବରେ ପାଳନ ପାଇଁ ଘୋଷଣା କରାଯାଇଛି ।
ମିଲେଟ୍ସର ଚାଷ ଏବଂ ବ୍ୟବହାର ବୃଦ୍ଧି ପାଇଁ ଓଡ଼ିଶା ମିଲେଟ୍ସ ମିଶନ ଓଡ଼ିଶା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିଶଦ ଆଲୋଚନା ପାଇଁ ଭୁବନେଶ୍ୱରସ୍ଥ କୃଷି ଭବନରେ ରେଷ୍ଟୁରାଂଟ ଏସୋସିଏସନ୍ ଅଫ୍ ଓଡ଼ିଶା ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ବ୍ୟତୀତ ଏଠାରେ ସେଫ୍ ମାନଙ୍କ ପାଇଁ ଦୁଇଦିନିଆ ତାଲିମ ଅଧିବେଶନ ଓ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ଉପରେ ଅନୁଭବ ପ୍ରଦାନ କରାଯାଇଥିଲା ।
ଏହି ବୈଠକରେ ଭବନେଶ୍ୱରର ପ୍ରତିଷ୍ଠିତ ହୋଟେଲ ଯଥା ଆଇଟିସି, ତାଜଭାଇଭାଂଟା, ଦି ନ୍ୟୁ ମାରିଅନ୍, ଏମ୍ପାୟାର୍ସ ଭଳି ବହୁ ହୋଟେଲ ଯୋଗଦେଇଥିଲେ । ଉତ୍ତର ଓଡ଼ିଶାରୁ ଏକମାତ୍ର ହୋଟେଲ ବାଜୋରଜି ବନଜାରା ଅଂଶ ଗ୍ରହଣ କରିଥିଲା । ଆଇ.ଏଚ୍.ଏମ୍ ଭୁବନେଶ୍ୱରରେ ଅନୁଷ୍ଠିତ ଇଣ୍ଟରାକ୍ଟିଭ ତାଲିମ ଅଧିବେଶନରେ ସେଫ୍ ମୁସ୍ତାର ଅଲି ଓ ବ୍ରଜକିଶୋର ଚନ୍ଦା ଯୋଗ ଦେଇଥିଲେ ।
ହୋଟେଲ ବାଜରୋଜି ବନଜାରା ଅଗଷ୍ଟ ୨୫ ଠାରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ “ମିଲେଟ ପ୍ୟାଲେଟ” ନାମକ ଏକ ଫେଷ୍ଟିଭାଲ ଯେଜନା କରିଛି । ହୋଟେଲର ନିୟମିତ ମେନୁ ସହ ଏକ ସ୍ୱତନ୍ତ୍ର ମିଲେଟ ପ୍ରସ୍ତୁତି ସନ୍ଧ୍ୟା ୪ଟା ଠାରୁ ଏଠାରେ ଉପଲବ୍ଧ ହେବ ।
ଅଗଷ୍ଟ ୨୫ ତାରିଖରେ ହୋଟେଲ ବାଜରୋଜି ବନଜାରାଠାରେ ଏହାର ଉଦ୍ଘାଟନୀ ଉତ୍ସବରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନେ୍ଦ , ଏ.ଡି,ଏମ୍.ଓ ଡା.ମୃତ୍ୟୁଞ୍ଜୟ ମିଶ୍ର, ବାଲେଶ୍ୱର ପ୍ରେସ ଏସୋସିଏସନର ସଭାପତି ଶ୍ରୀ ବିପ୍ଲବ ମହାନ୍ତି, ବାଲେଶ୍ୱର ଚେମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ ଏଣ୍ଡ କମର୍ସର ସଭାପତି ଶ୍ରୀ ସଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ନିୟମିତ ଓ ଦୀର୍ଘକାଳୀନ ଭିତ୍ତିରେ ଜଳଖିଆରେ ମିଲେଟକୁ ଅନ୍ତର୍ଭୁକ୍ତ କରିବା ସହ ବର୍ତ୍ତମାନ ଉପଲବ୍ଧ ଡିସ୍ ସହ ଅନ୍ୟାନ୍ୟ ମିଲେଟ ପ୍ରସ୍ତୁତ ଖାଦ୍ୟ ସାମିଲ କରାଯିବ । ମିଲେଟର ସ୍ୱାସ୍ଥ୍ୟ ଉପକାରିତାକୁ ବିଚାର କରି ସେମାନେ ନିଷ୍ପତ୍ତି ନେଇଛନ୍ତି ସେମାନେ ଏହାକୁ ନିୟମିତ ମେନୁର ଅଂଶବିଶେଷ କରିବେ । ବିଶେଷ ଖାଦ୍ୟ ମାନଙ୍କ ମଧ୍ୟରେ ରହିଛି ପୋଡି ରାଗି ଇଡଲି, ରାଗି ଘି ଦୋଷା, ରାଗି ପୁରି, ରାଗି ଗୁଡ ରସଗୋଲା, ରାଗି ବର୍ଫି, ପ୍ରୋସୋ ଲେମନ ରାଇସ୍ ଏବଂ ରାଗି ଲସି ।
ରାଜ୍ୟ
ଓଡ଼ିଶାରେ ମିଲେଟ୍ସ ସଚେତନତା ପାଇଁ ଓ.ଏମ୍. ଏମ୍ ଓ ହୋଟେଲ ଗୁଡିକର ମିଳିତ ପ୍ରୟାସ
- Hits: 345








