ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ମଞ୍ଚଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡ଼ିଶା , ଭୁବନେଶ୍ୱର ଆନୁକୁଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ଦାସ ଉଦ୍ଘାଟନ କରିଥିଲେ। ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ .ରବି କୁମାର ଉଦ୍ଦେଶ୍ୟ ଜ୍ଞାପନ କରି ପ୍ରତିଯୋଗିତାର ନିୟମାବଳୀ କହିଥିଲେ। ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ଜାଜପୁର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ବିଜ୍ଞାନ ନାଟକ ପ୍ରତିଯୋଗିତା ର ଉପବିଷୟ ମିଲେଟ ଜାତୀୟ ଶସ୍ୟ ଖାଦ୍ୟ , ଖାଦ୍ୟ ସୁରକ୍ଷା , ଦୈନନ୍ଦି ଜୀବନରେ ପ୍ରୟୋଗ ବିଜ୍ଞାନ , ସ୍ବାସ୍ଥ୍ୟର ଯତ୍ନ ଓ ସମାଜର ଅନ୍ଧ ବିଶ୍ୱାସ ଉପରେ ଆଲୋକପାତ କରିଥିଲେ।
ଏହି ପ୍ରତିଯୋିତାରେ ଜିଲ୍ଲାର ୫୦ଟି ଉଚ୍ଚ ବିଦ୍ୟାଳୟର ୩୫୦ ଛାତ୍ର/ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମନୋଜ କୁମାର ପାଢ଼ୀ ଓ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ବିଚାରକ ଭାବେ ଯୋଗଦେଇ ଥିଲେ। ୱାଇ .ଧର୍ମାରାଓ ଓ ଡି.ଶ୍ରୀରାମ ମୂର୍ତ୍ତି ଉପସ୍ଥିତ ଥିଲେ। ସୁଲତା ଶୁଭଦର୍ଶନୀ ସ୍ବାଗତ ଜଣାଇଥିବା ବେଳେ ସସ୍ମିତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
ଶ୍ରେଷ୍ଠ ନିର୍ଦ୍ଦେଶକ ସନ୍ତୋଷ କୁମାର ଗୌଡ , ଶ୍ରେଷ୍ଠ ସଂଳାପ ଜେ. ସୌଜନ୍ୟ , ଶ୍ରେଷ୍ଠ ଅଭିନେତା ନୀଳକଣ୍ଠ ଜେନା , ଶ୍ରେଷ୍ଠ ଅଭିନେତ୍ରୀ ସନ୍ତୋଷିନୀ ଦଳବେହେରା , ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେ. ଏମ୍ . ଭଳିଆ ସାହି ପ୍ରଥମ ସ୍ଥାନ ଅଧିକାର କରି ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ ସ୍ତରୀୟ ପ୍ରିତିଯୋଗିତାରେ ଅଂଶ ଗ୍ରହନ କରିବା ପାଇଁ ବିବେଚିତ ହୋଇଛନ୍ତି।
ଏସ୍. ଭି. ଟି. ଉଚ୍ଚ ବିଦ୍ୟାଳୟ ଗାରବନ୍ଧ ଦ୍ୱିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ , ସାରଙ୍ଗ ତୃତୀୟ ସ୍ଥାନ ରଖି ଛନ୍ତି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା
- Hits: 363








