ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶାଖାପାଟନାମ ଡିଆରଏମ ସୌରଭ ପ୍ରସାଦ ମଙ୍ଗଳବାର ଦିନ ଏକ ସ୍ବତନ୍ତ୍ର ଟ୍ରେନରେ ଦିନିକିଆ ପାରଳାଖେମୁଣ୍ଡି ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ନୌପଡ଼ା ଠାରୁ ଗୁଣୁପୁର ଲାଇନର ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ସହ ପାରଳାଖେମୁଣ୍ଡି ଠାରେ ନିର୍ମାଣ ହେଉଥିବା ନୂତନ ଷ୍ଟେସନର କାର୍ଯ୍ୟକୁ ମଧ୍ୟ ବୁଲି ଦେଖିଥିଲେ। ନୂତନ ଭାବେ ଦାୟୀତ୍ବ ନେବା ପରେ ଡିଆରଏମଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ପାରଳାଖେମୁଣ୍ଡିବାସୀ ତାଙ୍କୁ ସ୍ବାଗତ କରିବା ସହ ଷ୍ଟେସନରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଡ଼ିଆରଏମଙ୍କ ଏହି ଗସ୍ତ ସମୟରେ ପୂର୍ବତଟ ରେଳ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟ
ବିଶାଖାପାଟନାମ ଡ଼ିଭିଜନ ଡିଆରଏମ ଙ୍କ ପାରଳାଖେମୁଣ୍ଡି ଗସ୍ତ
- Hits: 397








