ହେଡଲାଇନସ୍:

ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ତିଥି ରେ ଜାତୀୟ ଖେଳ ଦିବସ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢିପା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ତିଥି ରେ ଜାତୀୟ ଖେଳ ଦିବସ ,ପ୍ରଧାନ ଶିକ୍ଷକ ଅମୋଘ ବିହାରୀ ବୈରୀଗଞ୍ଜନ ନାୟକଙ୍କ ଅଧ୍ୟକ୍ଷତା ପାଳିତ ହୋଇଯାଇଛି। ସଭାକାର୍ଯ୍ୟ ପ୍ରାରମ୍ଭରେ ଧ୍ୟାନଚାନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ,କଳା ଶିକ୍ଷକ ଅନ୍ତର୍ଯ୍ୟାମୀ ମହାରଣା ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ପୁରାତନ ଛାତ୍ର ସଂସଦ ର ସଭାପତି ହରେଷ ପଟେଲ ଯୋଗଦାନ କରି ସଭାପତିତ୍ବ କରିଥିବାବେଳେ, ସମ୍ମାନନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ନାଏକ, ସିଆରସି ମଣିନ୍ଦ୍ର ଭୋଇ,
ବିଦ୍ୟାଳୟ ର ଚେୟାରମେନ ମଙ୍ଗଳୁ ଭୋଇ, ପୁରାତନ ଛାତ୍ର ସଂସଦ ର ସକ୍ରିୟ ସଦସ୍ୟ ରାଜକିଶୋର ବେହେରା, ଅକ୍ଷୟ ଦେହୁରୀ ଯୋଗଦାନ କରିଥିଲେ। ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀ ଙ୍କ ମନୋବଳ ଦୃଢ଼ ହେବା ସ‌ହିତ ଶରୀର ସୁସ୍ଥ ରହିବା, ଖେଳ ପ୍ରତି ଆଗ୍ରହ ବଢ଼ାଇବାକୁ ଅତିଥି ମାନେ ମତପ୍ରକାଶ କରିଥିଲେ। ଖେଳ ଶିକ୍ଷକ ଇଶ୍ୱର ଚନ୍ଦ୍ର ପ୍ରଧାନ ଙ୍କ ପରିଚାଳିତ ଏବଂ ସହକାରୀ ଶିକ୍ଷକ ଶରତ ବେହେରା, ଡିଲେଶ୍ୱର ପାତ୍ର,ମଧୁମିତା ନାୟକ, ସଂଗୀତା ବିଶ୍ୱାଳ,ସୁପ୍ରିତା ପଟେଲ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ଲମ୍ବଦୈ।ଡ଼ , କବାଡି, ପୁଚିଖେଳ,ମ୍ୟୁଜିକ ଚେୟାର ପ୍ରଭୃତି ଖେଳ ପ୍ରତିଯୋଗିତା କରାଯାଇ , କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ପୁରାତନ ଛାତ୍ର ସଂସଦ , ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା। ତେବେ ବେଶ ଉତ୍ସାହର ସହିତ କେନାଢିପା ଉଚ୍ଚବିଦ୍ୟାଳୟ ରେ ଜାତୀୟ ଖେଳ ଦିବସ ପାଳିତ ହୋଇଯାଇଛି।

0
0
0
s2sdefault