ହେଡଲାଇନସ୍:

ସୋଆ ଫ୍ୟାକଲ୍ଟି ଅଫ୍ ନର୍ସିଂ ଏବଂ ଫାର୍ମାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୯/୦୮: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) ଓ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଙ୍ଗଳବାର ଏକ ସ୍ୱତନ୍ତ୍ର ଉତ୍ସବରେ ଉପାଧି ପ୍ରଦାନ କରାଯାଇଛି । ୨୦୧୯ -୨୩ ବ୍ୟାଚର ବି ଫାର୍ମ ଓ ୨୦୨୧-୨୩ ବ୍ୟାଚ୍ ର ଏମ୍ ଫାର୍ମ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଠାରୁ ଡିଗ୍ରୀ ଗ୍ରହଣ କରିଥିଲେ ।

ସେହିପରି ୨୦୧୭ -୨୦ରୁ ୨୦୧୯-୨୨ ମଧ୍ୟରେ ୩ଟି ବ୍ୟାଚର ବିଏସ୍‌ସି (ନର୍ସିଂ), ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ୩ଟି ବ୍ୟାଚର ପୋଷ୍ଟ ବେସିକ୍ ବିଏସ୍‌ସି ନର୍ସିଂ ଏବଂ ୨୦୧୮ – ୨୦ରୁ ୨୦୨୦- ୨୨ ମଧ୍ୟରେ ୩ଟି ବ୍ୟାଚର ଏମଏସ୍‌ସି (ନର୍ସିଂ) ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥିଙ୍କ ଠାରୁ ସେମାନଙ୍କର ଉପାଧି ଗ୍ରହଣ କରିଥିଲେ ।
ଏହି ଉତ୍ସବରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଗ୍ରହଣ କରିଥିବା ଶିକ୍ଷା ଯୋଗୁଁ ସେମାନେ ସ୍ୱାସ୍ଥ୍ୟ ବିଜ୍ଞାନ ସହ ଯୋଡି ହୋଇଯାଇଥିବା କହିଥିଲେ । କୋଭିଡ ମହାମାରୀ ସମୟରେ ନର୍ସ, ଫାର୍ମାସିଷ୍ଟ ଓ ପାରାମେଡିକ୍ସଙ୍କର ମହତ୍ କାର୍ଯ୍ୟ ସାରା ବିଶ୍ୱ ଦେଖିଛି । ସେମାନଙ୍କ ଯୋଗୁଁ ହିଁ କୋଟି କୋଟି ଲୋକଙ୍କର ଜୀବନ ରକ୍ଷା ହୋଇପାରିଛି ବୋଲି ସେ ପ୍ରକାଶ କରି ଏହି ପାଠ୍ୟକ୍ରମରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସମାଜର ହିତ ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେମାନେ ସିଧା ସଳଖ ମଣିଷ ଜୀବନ ସହ ସଂଶ୍ଳିଷ୍ଟ ରହିବେ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ଏହି ଅବସରରେ ଉପ-କୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଏସ୍‌ପିଏସ୍ ଡିନ୍ ପ୍ରଫେସର ଏସ୍‌. ସି.ସି, ଏସ୍‌ଏନ୍‌ସି ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ, ସେଂଟର ଅଫ୍ ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏସ୍‌ପିଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ, ଏସ୍‌ଏନ୍‌ସିର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସସ୍ମିତା ଦାସ ତଥା ଏକାଡେମିକ୍ କାଉନ୍‌ସିଲର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ ।

0
0
0
s2sdefault