ହେଡଲାଇନସ୍:

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କୁ ସମୀକ୍ଷା କଲେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ମହିଳା ସଶକ୍ତିକରଣ ଯୋଜନା ସମ୍ପର୍କରେ ମିଶନ ଶକ୍ତି ମାଆମାନଙ୍କ ସହିତ ଆଲୋଚନା କରିବା ସହ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇଲେ l 

 (ମାହାଙ୍ଗା-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମାହାଙ୍ଗା ବ୍ଲକ ଗସ୍ତ ଅବସରରେ ବାସୁଦେବପୁର ପଞ୍ଚାୟତ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତି ଯୋଜନା ସମ୍ପର୍କ ରେ ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ l ଏପରିକି  5T ସ୍କୁଲ ଗସ୍ତ କରି ବିଦ୍ୟାଳୟ କାର୍ଯ୍ୟକୁ ସମୀକ୍ଷା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଦୀର୍ଘ ସମୟ ଧରି ପାଠ ପଢ଼ାଇବା ସହ ଛାତ୍ର ଛାତ୍ରୀ ଙ୍କ ଶୈକ୍ଷିକ ବିକାଶ ପାଇଁ ବିଭିନ୍ନ ଦିଗ ସଂକ୍ରାନ୍ତ ରେ ଗଭୀର ଭାବେ ଶୈକ୍ଷିକ ଜ୍ଞାନ ପ୍ରଦାନ କରିଥିଲେ l ସେହିପରି ଭାବେ ମନ୍ଦିର, ମସଜିଦ,ହାଟ ବୁଲି ବରିଷ୍ଟ ମୁରବି, ସଂଖ୍ୟାଲଘୁ ସମ୍ପ୍ରଦାୟ ର ବରିଷ୍ଟ କର୍ମକର୍ତ୍ତା ଏବଂ ବହୁ ଚାଷୀ ଭାଇମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଲୋକାଭୀମୁଖୀ ଯୋଜନା ସମ୍ପର୍କ ରେ ଆଲୋଚନା କରିବା ସହ ସେମାନଙ୍କ ଭଲ ମନ୍ଦ ସଂକ୍ରାନ୍ତରେ ପଚାରି ବୁଝିଥିଲେ l ବିକାଶମୂଳକ କାର୍ଯ୍ୟ ସମୀକ୍ଷା ସମୟରେ ବିଧାୟକ ଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ ର ବିଭିନ୍ନ ଦିଗ ସମ୍ପର୍କ ରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସହିତ ବାବୁଦେବପୁର ଗ୍ରାମର ବହୁ ବରିଷ୍ଟ ମୁରବି, ସମାଜସେବୀ, ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ, ସ୍ୱୟଂ ସହାୟକ ଗୋଷ୍ଠି ମହିଳା ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l

0
0
0
s2sdefault