କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ : ସତରେ ଦର୍ଶକ ବନ୍ଧୁ ବାପା ମାଆ କେତେ ଦିଅଁ ଦେବତା ଙ୍କୁ ପୂଜାକରି ପାଇଥାନ୍ତି ସନ୍ତାନ ଟିଏ । ଆଉ ସେଇ ସନ୍ତାନ କୁ ନେଇ ବାପା ମାଆ ଦେଖିଥାନ୍ତି ଅନେକ ସ୍ବପ୍ନ ଆଉ ସନ୍ତାନକୁ କହିଥାନ୍ତି ତୁ ଦୁନିଆରେ ବଡ ହୋଇ ଭଲ ମଣିଷ ଟିଏ ହୋଇ ଆମ ନାଁ ରଖିବୁ ଆମ ମୁହଁରେ ନିଆଁ ଦେବୁ । ହେଲେ ଦଇବ ସାଜିଲା ଦାଉ ।ହେଲେ କିଏ ଜାଣି ଥିଲା ଦୁନିଆ ଦେଖିବା ଆଗରୁ ବାପା ମାଆ ଙ୍କ ପାଖରୁ ଜନ୍ମିତ ସନ୍ତାନକୁ ଛଡ଼ାଇ ନେବ ଯମ । ଆଉ ପିଲାର ମୃତ୍ୟୁକୁ ଦେଖି ବାପା ମାଆଙ୍କ ବୁକୁ ଫଟା କାନ୍ଦରେ ଅଞ୍ଚଳରେ ଖେଳି ଯାଇଛି ଦୁଃଖର ଲହରୀ । ଯୋଉ ବୟସରେ ସନ୍ତାନ ଦେବା କଥା ବାପା ମାଆ ଙ୍କ ମୁହଁରେ ନିଆଁ ସେଠି ସନ୍ତାନ ମୁହଁରେ ବାପ ଦେବ ନିଆଁ । ଆଉ ଏହିଭଳି ଦୁଃଖଦ ଖବର ପାଇ ସମଗ୍ର ଗରଦପୁର ଅଞ୍ଚଳରେ ଖେଳି ଯାଇଛି ଦୁଃଖର ଛାୟା । ସୂଚନାରୁ ପ୍ରକାଶ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ପଞ୍ଚାୟତର ନଇନ୍ଦିପୁର ଚାଞ୍ଚିଆ ଗ୍ରାମର ଅମର ଦାସଙ୍କ ଏକମାତ୍ର 11 ବର୍ଷୀୟ ପୁଅ ଆୟୁଷ ସନ୍ଧ୍ୟାରେ ଟିଉସନ ରୁ ଆସି ମାଆକୁ ଖାଇବାକୁ ମାଗିଲା। ପୁଅର ଖାଇବା ପାଇ ପଡିଶା ଘରୁ କ୍ଷୀର ଆଣି ମାଆ ଜଲଦି ଜଲଦି ସିମେଇ କରି ଖାଇବାକୁ ଦେଲେ ହେଲେ ପୁଅ ଜିଦ୍ କରିଥିଲା ମାଆ ତୁମେ ମୋ ସହିତ ଖାଇବ । ପୁଅର ଜିଦ୍ ରେ ରାଜି ହୋଇ ମା ପୁଅ ସାଙ୍ଗ ହୋଇ ଏକାଠି ଖାଇଲେ । ହେଲେ କିଏ ଜାଣିଥିଲା ସେହି ଖାଇବା ଥିଲା ମାଆ ଆଉ ପୁଅର ଶେଷ ଖାଇବା ବୋଲି । ହଠାତ୍ ଏକ ବିଷଧର ସାପ ଆସି ପୁଅ ଆୟୁଷକୁ ଦଂଶନ କରିଥିଲା । ଫଳରେ ମାଆ କାନ୍ଦି କାନ୍ଦି ଚିତ୍କାର କରିବାରୁ ପଡୋଶୀ ଲୋକ ପହଞ୍ଚି ତୁରନ୍ତ ପାଟକୁରା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ଆୟୁଷ ଙ୍କୁ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ହେଲେ ଆୟୁଷ ଙ୍କ ମୃତ୍ୟୁ ଘଟିଥିଲା । ଆୟୁଷ ଙ୍କ ମୃତ୍ୟୁ ଖବର ପାଇ ଗରଦପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ ଆୟୁଷ ଗରଦପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଷଷ୍ଠ ଶ୍ରେଣୀର ଜଣେ ମେଧାବୀ ଛାତ୍ର ଥିଲେ। ଆୟୁଷଙ୍କ ଶବ ବ୍ୟବେଚ୍ଛେଡ ହୋଇ ଆସିବା ପରେ ଗରଦପୁର ସରପଂଚ ଅନିତା ମାହାଳି, ଯୁବନେତା ରମାକାନ୍ତ ବେହେରା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବଳରାମ ହୋତା, ଶିକ୍ଷକ ଗୌତମ ସାହୁ, ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ରଞ୍ଜିତ କୁମାର୍ ପଣ୍ଡା ପହଞ୍ଚି ଆୟୁଷର ଶେଷ ଦର୍ଶନ କରିଥିଲେ । ସେହିଭଳି ଆୟୁଷଙ୍କ ମୃତ୍ୟୁରେ ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, ସମାଜସେବୀ ଶାନ୍ତନୁ ନାୟକ , ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ତଥା ବରିଷ୍ଟ ବିଜେଡି ନେତା ଦିଲ୍ଲୀପ ପଣ୍ଡା, ଗରଦପୁର ବ୍ଲକ ମହିଳା ସାଧାରଣ ସମ୍ପାଦିକା ରାଜଲକ୍ଷ୍ମୀ ରାଉତରାୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
ରାଜ୍ୟ
ସର୍ପ ଦଂଶନରେ ଲିଭିଗଲା ଆୟୁଷଙ୍କ ଜୀବନ ଦୀପ ।
- Hits: 380









