ଶେରଗଡ଼ ରାଜା ଙ୍କ ପ୍ରଥମ ସହିଦ ସମ୍ମାନ ଗ୍ରହଣ କଲେ ଶେରଗଡ଼ ରାଜା ଙ୍କ ଉତ୍ତରାଧିକାରୀ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶେରଗଡ଼/ବିରୁପାକ୍ଷ ବିଷୋୟୀ  :  ବିଳମ୍ବରେ ହେଲେ ମଧ୍ୟ ଶେରଗଡ଼କୁ ଆସିଛି ପ୍ରଥମ ସହିଦ ସମ୍ମାନ। ରାଜାପୂର୍ଣ୍ଣଚନ୍ଦ୍ର ସିଂଦେଓ କଟକ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଏକ ଘରୋଇ ସଂସ୍ଥା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ହାତରୁ ଏହି ସମ୍ମାନ, ମାନପତ୍ର ଓ ଉପଢୌକନଗ୍ରହଣ କରିଛନ୍ତି।ଇତିହାସରୁ ଜଣାଯାଏ ଯେ ଶେରଗଡ ରାଜା ହରିକୃଷ୍ଣ ଦେବଙ୍କ ପୁତ୍ର ରାଜା ଅଦ୍ଵୈତ ପ୍ରସାଦ ସିଂଦେଓ ପରବର୍ତ୍ତୀ ସମୟରେ ରାଜ ସିଂହାସନ ଆରୋହଣ ହୋଇଥିଲେ। ପ୍ରାୟ ୧୮୦୦ମସିହାରେ ବ୍ରିଟିଶ୍ କର୍ଣ୍ଣଲ୍ ସ୍ମିଥ୍ ଗଞ୍ଜାମ ଆକ୍ରମଣ କରିବା ସମୟରେ ଏକଦା
ପଥରପୁଞ୍ଜି ତୋଟାରେ ରାତ୍ରଯାପନ କରୁଥିଲେ। ରାଜା ଅଦ୍ଵୈତ ପ୍ରସାଦ ସେଠାରେ ଆକ୍ରମଣ କରିଥିଲେ।କଅଁଲ୍‌ ଏକ ତୋପକୁ ରାଜାଙ୍କ ଉପରକୁ ଫିଙ୍ଗିବାରୁ ତାଙ୍କ ମୁଣ୍ଡରେ ତାହା ବାଜି ସେ ସହିଦ ହୋଇଥିଲେ।ସେ ଥିଲେ ଶେରଗଡ ଅଞ୍ଚଳର ପ୍ରଥମସ୍ଵାଧୀନତା ସଂଗ୍ରାମୀ। ଏକଥା ମାଡ୍ରାସରସଂଗ୍ରହାଳୟରେ ମହଜୁଦ ଅଭିଲେଖାରୁଜଣାଯାଏ। ସୋମବାର ଶେରଗଡର ବର୍ତ୍ତମାନ ରାଜା ପୂର୍ଣ୍ଣଚନ୍ଦ୍ର ସିଂଦେଓ ସେହି ସହିଦଙ୍କ ସ୍ବାଧୀନତା ସମ୍ମାନ ଗ୍ରହଣ କରିଛନ୍ତି। ଶିକ୍ଷାବିତ୍ ହୟଗ୍ରୀବ ତ୍ରିପାଠୀ, ରାଜା ପ୍ରସନ୍ନ କୁମାର ସିଂଦେଓ,ସମାଜସେବୀ ଦୁର୍ଗାପ୍ରସାଦ ବିଷୋୟୀ,ପ୍ରାକ୍ତନ ଇତିହାସ ଅଧ୍ୟାପକ ହୃଷିକେଶ ପାତ୍ର, ସମାଜସେବୀ ସୂର୍ଯ୍ୟ ନାରାୟଣ ଦାଶଙ୍କ ସମେତ ବହୁ ବୁଦ୍ଧିଜୀବୀ ସମ୍ମାନ ପ୍ରଦାନ କରିଥିବା ସଂସ୍ଥାକୁ ସାଧୁବାଦ ଜଣାଇଛନ୍ତି।

0
0
0
s2sdefault