ହେଡଲାଇନସ୍:

ସୁନା ଅଳଙ୍କାର ଦୋକାନୀଙ୍କୁ ଗୁଳିମାଡ଼ ଓ ଭୁଜାଲିରେ ହାଣି ଲୁଟିଲେ ଡକାୟତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ବାଲିଗୁଡା ସହରର ମଧ୍ଯ ଭାଗରେ ନେହୂରୁ ଛକ ନିକଟରେ ସ୍ପଷ୍ଟ ଦିବାଲୋକ ରେ ମାଁ ପାଟ୍ଟଖଣ୍ଡା ଜୁଏଲାରୀ ସପ୍ ମାଲିକ ବି ସୁବାଷ ଚନ୍ଦ୍ର ଆଚରିଙ୍କୁ ତିନି ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକରେ ଗୁଳିମାଡ଼ କରିବା ସହ ଭୁଜାଲିରେ ହାଣି ସୁନା ଗହଣା ବ୍ୟାଗ ଝାଂପି ନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ l  ସ୍ଥାନୀୟ ଲୋକେ ସୁବାଷ ଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ବାଲିଗୁଡା ମେଡିକାଲ ରେ ଭର୍ତ୍ତି କରିଥିଲେ l ସୁବାଷଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଜଣାପଡ଼ିଛି l ସହରରେ ଦୁର୍ବୃତ୍ତଙ୍କ ଗୁଳିଚାଳନା କୁ ନେଇ ସହରବାସୀ ଭୟ ଓ ଆତଙ୍କରେ ରହିଛନ୍ତି l ପୁଲିସର ନିଷ୍କ୍ରିୟତା ଓ ସହରରେ ଲାଗିଥିବା ଅଚଳ ସିସିଟିଭିକୁ କାର୍ଯ୍ୟକ୍ଷମ ଓ ଦିବାରାତ୍ର ପୁଲିସ୍ ପେଟ୍ରୋଲିଂ ଦାବୀ କରି ବଣିକ ସଙ୍ଘ ତରଫରୁ ଦୋକାନ ବଜାର ବନ୍ଦ କରିବା ସହିତ ବସଷ୍ଟାଣ୍ଡ ନିକଟ ରେ ଜାତୀୟ ରାଜପଥ ୫୯ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ l ପରେ ବାଲିଗୁଡା ଉପ ଜିଲ୍ଲାପାଳ ମିସ୍ ମଧୁମିତା ବାଲିଗୁଡା ଏସଡିପିଓ ପ୍ରତାପ ଶ୍ରୀମଲ ପହଞ୍ଚି ଉତ୍ୟକ୍ତ ବ୍ୟବସାୟୀଙ୍କୁ ବୁଝା ଶୁଝା କରିବା ସହିତ ଖୁବ୍ ଶୀଘ୍ର ଦୁର୍ବୃତ୍ତଙ୍କୁ ଧରିବା ସହିତ ସହରରେ ସିସିଟିଭି କର୍ଯ୍ୟକ୍ଷମ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିବା ଜଣା ପଡ଼ିଛି l

0
0
0
s2sdefault