ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ପୋଲିସ କୁ ଏକ ବଡ଼ ସଫଳତା ମିଳିଛି l ପୋଲିସ ସୂତ୍ର ରୁ ପ୍ରକାଶ ଯେ ବିଭିନ୍ନ ସ୍ଥାନ ରୁ ଚୋରି କରିବା ଓ ଚୋରି ସାମଗ୍ରୀ ଘରେ ମହଜୁଦ କରି ଲୁଚାଇ ରଖିଥିବା ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି l ନୀଳଜୀପତ୍ରା ଗ୍ରାମ ର ବିବେକାନନ୍ଦ ପଟେଲ ଙ୍କ ବିଲ ରେ ଥିବା ମୋଟର ପମ୍ପ ର କେବୁଲ ଚୋରି ହୋଇଥିବା ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଗ୍ରହଣ କରି ଥାନା ଅଧିକାରୀ ସୁଷମା କୁଅଁର, ଏ ଏସ ଆଇ ଶାନ୍ତନୁ ନାଏକ ଓ ଟିମ ଘଟଣା ସ୍ଥଳ କୁ ତଦନ୍ତ କରିଥିଲେ l ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ନିକଟସ୍ତ ରନୁଡିପା ରେ ରହୁଥିବା ମଙ୍ଗଳୁ ସତନାମୀ ର ଘର କୁ ପୋଲିସ ପହଁଚି ବିଭିନ୍ନ ପ୍ରକାର ର ସାମଗ୍ରୀ ତଥା ଚୋରି ହୋଇଥିବା କେବୁଲ ତାର ପାଇ ଥିଲେ l ତା ପାଖରୁ ଉଦ୍ଧାର ହୋଇଥିବା 15 ରୁ ଉର୍ଦ୍ଧ ଫାଉଡ଼ା (ରଫା ),12 ଟି ଟାଙ୍ଗିଆ କାଠ ଲଙ୍ଗଳ ର ଲୁହା (କସନା ), ବାର୍ଷି, ଇଲେକ୍ଟ୍ରି ଆଲୁମିନିଅମ ତାର, କେବୁଲ, ଘର ତିଆର ସେଣ୍ଟ୍ରିଙ୍ଗ ପାଇଁ ବ୍ୟବହୃତ ଲୁହା ରଡ଼, ବାଇଣ୍ଡିଙ୍ଗ ତାର, ଆଲୁମିନିଅମ ଡେ଼କଚି, ଡ୍ରମ, ପାଇପ,ମାଛ ଧରିବା ଜାଲ ଆଦି ମିଳି ଥିଲା l ସେ ସବୁ ସାମଗ୍ରୀ ଆଖ ପାଖ ବିଲ ବିଲ ବଗିଚା ରେ ରଖିଥିବା ଚାଷୀ ମାନଙ୍କ ଅଟେ ବୋଲି ଜଣା ପଡିଛି l ଏ ସବୁ ସାମଗ୍ରୀ ଚାଷୀ ମାନଙ୍କ ଅନୁପସ୍ଥିତ ରେ ଚୋରି କରିଛି l ବିପୁଳ ପରିମାଣ ର ବିଭିନ୍ନ ଜିନିଷ ମାନ ଦେଖି ପୋଲିସ ତଥା ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l କିଛି ମାସ ତଳେ ଗ୍ରାମ୍ୟ ଜଙ୍ଗଳ ରୁ ବେଆଇନ ଗଛ କାଟିବା ଅଭିଯୋଗ ରେ ଜଙ୍ଗଳ ବିଭାଗ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜେଲ ହାଜତ କୁ ପଠାଇଥିଲେ l ପୁଣି ଘରେ ଲୁଚାଇ ରଖିଥିବା ବିପୁଳ ପରିମାଣ ର କାଠ, ବଳି ପଦ୍ମପୁର, ପାଇକମାଲ, ନୃସିଂହନାଥ ଜଙ୍ଗଳ ବିଭାଗ ତା ଘର କୁ ପହଁଚି ଜବତ କରିଥିଲେ l ଥାନା କେସ ନଂ 124/23, ଦଫା 379 ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ଜଗଦଳପୁର ପୋଲିସ l
ରାଜ୍ୟ
ଚାଷ ଉପକରଣ ଚୋରି ଅଭିଯୋଗ ରେ ଜେଲ ଗଲା ଅଭିଯୁକ୍ତ ମଙ୍ଗଳୁ ସତନାମୀ
- Hits: 1339








