ହେଡଲାଇନସ୍:

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ ତା-୨୯.୦୮.୨୦୨୩ ରିଖ ମଙ୍ଗଳବାର ଦିନ ଅପରାହ୍ନ ଘ.୯.୦୦ମି ରେ ସ୍ଥାନୀୟ ସେଣ୍ଟଜ୍ୟାଭିୟର୍ସ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମହିଳାକୋର୍ଟ ର ବିଚାରପତି ଶ୍ରୀମତୀ ସୋନାଲ ଶର୍ମା, ରେଜିଷ୍ଟ୍ରାର ଶ୍ରୀଯୁକ୍ତ ଦେବୀଜ୍ୟୋତି ମହାପାତ୍ର, ରାୟଗଡା ବାର ଆସୋସିଏସନ ର ଆଇନଜୀବି ଶ୍ରୀମତୀ ପ୍ରଣତିପାତ୍ର, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପେନାଲ ଓକିଲ ଶ୍ରୀ ସୀତାରାମ ପଣ୍ଡା ଓ ସେଣ୍ଟଜ୍ୟାଭିୟର୍ସ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଘରୋଇହିଂସା ପ୍ରତିରୋଧ ଆଇନ, ପରିବେଶ ସୁରକ୍ଷା ଆଇନ, ଶିଶୁ ଯୌନ ନିର୍ଯାତନା ଆଇନ, ଲିଙ୍ଗନିରୂପଣ ବିରୋଧ ଆଇନ,ପୋକ୍ସ ଆଇନ ତଥା ଅପରାଧ ସମ୍ବନ୍ଧିତ ବିଭିନ୍ନ ନିୟମାବଳୀର ଆଲୋଚନା କରିବା ସହ ବିସ୍ତୂତ ଭାବରେ ଜ୍ଞାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ତରଫରୁ ଶ୍ରୀମତୀ ଡ଼ଃ ଲୋପାମୁଦ୍ରା ପଟ୍ଟନାୟକ ସଂଯୋଜନା କରିଥିବାବେଳେ ଶ୍ରୀଯୁକ୍ତ ଅଭିଳାଷ ପଟ୍ଟନାୟକ ସମସ୍ତ ପ୍ରକାର ସହଯୋଗ କରିଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ସେଣ୍ଟଜ୍ୟାଭିୟର୍ସ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି |

0
0
0
s2sdefault