ହେଡଲାଇନସ୍:

ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ( ପୌର) ସରକାରୀ ଉଚ୍ଚ ବିଦ୍ଯାଳୟର ସମ୍ମିଳନୀ କକ୍ଷ ଠାରେ ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସଙ୍କ ତତ୍ବାବଧାନ ଏବଂ ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ଯରେ ଏହି ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବରେ ମଞ୍ଚାସୀନ ଅତିଥି ମାନେ ମୁଖ୍ୟତଃ ସଂସ୍କୃତ ଭାଷାର ମହତ୍ବ , ଗୁରୁତ୍ୱ ଓ ଆବଶ୍ଯକତା ବିଷୟରେ ନିଜ ନିଜର ମତ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ଭାବେ ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀ ସୁଦର୍ଶନ ତ୍ରିପାଠୀ ଏବଂ ମଖ୍ଯବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରମୁଖ ଡ଼.ବିଘ୍ନେଶ୍ବର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ପଣ୍ଡିତ କୁମୁଦ ରଂଜନ ଦାଶ ଏବଂ ବିଶିଷ୍ଟ ଅତିଥି ଭାବେ ଖାଣ୍ଡବା ସ୍ଥିତ ବଂଶଧାରା ଉଚ୍ଚ ବିଦ୍ଯାଳୟର ସଂସ୍କୃତ ଶିକ୍ଷକ ପଣ୍ଡିତ ଶୁଭାଶିଷ ପତି ପ୍ରମୁଖ ଯୋଗ ଦେଇ ସଂସ୍କୃତ ଭାଷାର ବୈଜ୍ଞାନିକ ସିଦ୍ଧାନ୍ତ ଓ ତତ୍ବ ବିଷୟରେ ଆଲୋଚନା କରିଥିଲେ।
ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଂସ୍କୃତ ଭାଷଣ , ସଂଗୀତ ଓ ଶ୍ଳୋକ ପାଠ ଉପସ୍ଥିତ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲା।
ପରିଶେଷରେ ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଏବଂ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ ।

0
0
0
s2sdefault