ବଡବିଲରେ ଡେଙ୍ଗୁ ନିରାକରଣ ସଚେତନତା ଅଭିଯାନ ଆରମ୍ଭ କଲା ଜେଏସ୍‍ଡବ୍ଲ୍ୟୁ ଫାଉଣ୍ଡେସନ୍‍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡବିଲ : ଜେଏସ୍‍ଡବ୍ଲ୍ୟୁ ଫାଉଣ୍ଡେସନ୍‍ ସ୍ଥାନୀୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‍ଏଚଜି)) ସହଯୋଗିତାରେ ଓଡ଼ିଶାରେ ବଡବିଲ ସହରର ୱାର୍ଡ ନମ୍ବର୧୫ରେ ଡେଙ୍ଗୁ ସଂକ୍ରମଣର ବର୍ଦ୍ଧିତ ଚିନ୍ତାକୁ ଦୃଷ୍ଟିରେ ରଖି ଏକ ପୂର୍ଣ୍ଣାଙ୍ଗ ଡେଙ୍ଗୁ ନିରାକରଣ ସଚେତନତା ଅଭିଯାନ ଚଳିତ ମାସ ୨୬ ତାରିଖରେ ଆୟୋଜନ କରିଥିଲା ।
ଏହି ଅଭିଯାନର ଅଂଶସ୍ୱରୂପ ଜେଏସ୍‍ଡବ୍ଲ୍ୟୁ ଫାଉଣ୍ଡେସନ୍‍ ଉତ୍ତମ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସଗୁଡିକ ଜରିଆରେ ଡେଙ୍ଗୁ ନିରାକରଣ ନିମନ୍ତେ ୨୦୦ ମଶାରୀ ଓ ଧୂଆଁଛଡା ଯନ୍ତ୍ର ଦାନ କରିବା ସହିତ ସୂଚନା ସମ୍ବଳିତ ପ୍ରଚାରପତ୍ର ପ୍ରଦାନ କରିଥିଲା । ୱାର୍ଡ ମେମ୍ବର ଏବଂ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଏହି ସମସ୍ତ ସାମଗ୍ରୀ ଦାନ କରାଯାଇଥିଲା । ୧୫ ନମ୍ବର ୱାର୍ଡ ସଦସ୍ୟ ଶିବାନନ୍ଦ ଚମ୍ପିଆ ଏବଂ ୧୪ ନମ୍ବର ୱାର୍ଡ ସଦସ୍ୟ ଶୁଭଶ୍ରୀ ଦେବସ୍ମିତା ପାତ୍ର ଡେଙ୍ଗୁ ନିରାକରଣ ପଦକ୍ଷେପ ପାଳନ କରିବାକୁ ଅଧିବାସୀମାନଙ୍କୁ ଉତ୍ସାହିତ କରିଥିଲେ ।
ପୁଷ୍ପା ଦାସ, ଶଙ୍କର କୋନର ଏବଂ ସୁନିଲ ଗୁପ୍ତାଙ୍କ ସମେତ ପ୍ରମୁଖ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ ଅଭିଯାନ ନିମନ୍ତେ ସେମାନଙ୍କର ସମର୍ଥନ ଜଣାଇଥିଲେ । ଜେଏସ୍‍ଡବ୍ଲ୍ୟୁ ଫାଉଣ୍ଡେସନ୍‍ ଅଧିକାରୀଗଣ ନିରାକରଣକାରୀ ପଦକ୍ଷେପଗୁଡିକର ଗୁରୁତ୍ୱ ଉପରେ ଜୋର୍‍ ଦେବା ସହିତ କୁଲର୍‍, କଣ୍ଟେନର ଏବଂ ଟ୍ରେ ଆଦିରେ ଜମା ହୋଇଥିବା ପାଣି ଭଳି ଡେଙ୍ଗୁ ମଶାଗୁଡିକର ପ୍ରମୁଖ ଉତ୍ପତ୍ତି ସ୍ଥଳ ନଷ୍ଟ କରିବା ସକାଶେ ପରିବାରଗୁଡିକୁ ନିବେଦନ କରିଥିଲେ ।
ଅଧିକାରୀମାନେ ଗୋଷ୍ଠୀ ସଦସ୍ୟମାନେ ନିଜେ ନିଜକୁ ସଚେତନ କରିବା ସହିତ ସେମାନଙ୍କ ସମକକ୍ଷ ଅନ୍ୟମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଯୁବବର୍ଗଙ୍କ ମନ ମଧ୍ୟରେ ଦାୟିତ୍ୱବୋଧ ଜାଗ୍ରତ କରିବା ଡେଙ୍ଗୁ ବ୍ୟାପିବା ବିରୋଧରେ ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ଆଲୋକପାତ କରାଯାଇଥିଲା ।
ଏହି ଅଭିଯାନ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଅଶ୍ୱିନୀ ସକ୍ସେନା, ସିଇଓ, ଜେଏସ୍‍ଡବ୍ଲୁ୍ୟ ଫାଉଣ୍ଡେସନ କହିଥିଲେ, “ସମଗ୍ର ଦେଶରେ ଡେଙ୍ଗୁ ସଂକ୍ରମଣ ଏକ ଚିନ୍ତାର ବିଷୟ ହୋଇ ରହିଆସିଛି, ବଡବିଲ ସହରରେ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଡେଙ୍ଗୁ ନିରାକରଣ ସଚତେନତା ଅଭିଯାନ ଜରିଆରେ ଜେଏସ୍‍ଡବ୍ଲ୍ୟୁ ଫାଉଣ୍ଡେସନ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ନିଜର ପ୍ରତିବଦ୍ଧତାକୁ ଦୋହରାଉଛି । ଏହି ଅଭିଯାନ ଜରିଆରେ ଆମର ଲକ୍ଷ୍ୟ ହେଉଛି ନିରବଚ୍ଛିନ୍ନ ସହଯୋଗିତା ଏବଂ ସକ୍ରିୟ ପ୍ରୟାସସମୂହ ଜରିଆରେ ଡେଙ୍ଗୁ-ମୁକ୍ତ ପରିବେଶ ସୃଷ୍ଟି କରିବା ।”
ସ୍ଥାନୀୟ ଜନସାଧାରଣ ଡେଙ୍ଗୁ ନିରୋଧୀ ଅଭିଯାନ କ୍ଷେତ୍ରରେ ଉଭୟ ସରକାର ଏବଂ ଜେଏସ୍‍ଡବ୍ଲ୍ୟୁ ର ମିଳିତ ପ୍ରୟାସ ନିମନ୍ତେ ସେମାନଙ୍କର କୃତଜ୍ଞତା ଜଣାଇଥିଲେ । ଏହି ଅଭିଯାନ ୧୪ ଦିନ ଧରି ଚାଲିବ, ଏବଂ ଏହି ଅବସରରେ ଅଧିବାସୀମାନେ ନିରୀକ୍ଷଣ ଏବଂ ଏହି ପ୍ରୟାସକୁ ଆଗକୁ ଆଗେଇନେବା କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରିବେ ।
ରାଜ୍ୟ ସରକାରଙ୍କର ସଦ୍ୟତମ ଏକ ରିପୋର୍ଟ ଅନୁଯାୟୀ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୬୬୩ ଡେଙ୍ଗୁ ମାମଲା ସମ୍ପର୍କରେ ରିପୋର୍ଟ ହସ୍ତଗତ ହୋଇଛି । ଏହାର ପ୍ରତିକାର ସ୍ୱରୂପ ଏହି ରୋଗ ବ୍ୟାପିବାକୁ ରୋକିବା ଏବଂ ଏହି ଆତଙ୍କ ଦୂର କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

0
0
0
s2sdefault