ବୁବୁଡାରେ ଝୁଲଣ ଯାତ୍ରା ଅନୁଷ୍ଠିତ :୧୦ ହଜାର ରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- " ଝୁଲଣ ଯାତ୍ରା ହେଉଛି ହିନ୍ଦୁ ଦେବତା କୃଷ୍ଣ ଏବଂ ଦେବୀ ରାଧାଙ୍କୁ ସମର୍ପିତ ଏକ ହିନ୍ଦୁ ପର୍ବ | ଏହା ଶ୍ରାବଣ ମାସରେ ଏକାଦଶୀ ରୁ ପୂର୍ଣିମା ମଧ୍ୟରେ ପାଳନ କରାଯାଏ ଯାହା ପାଗ ଗରମ, ଆର୍ଦ୍ର ଏବଂ ସାମାନ୍ୟ ପବନ ଥିବାବେଳେ ଭାରତରେ ମୌସୁମୀ ଅଧୀନରେ ପଡ଼େ " ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବୁବୁଡା ଗ୍ରାମରେ ମହା ଆଡମ୍ବରରେ ପାଳିତ ହୋଇଛି ଝୁଲଣ ଯାତ୍ରା ସମାପନ ହୋଇଛି | ରାଧା କୃଷ୍ଣଙ୍କ ଯୁଗଳ ପ୍ରତିମାକୁ ରଥରେ ବସେଇ ବିଭିନ୍ନ ସାଂସ୍କୃତିକ ନୃତ୍ୟ,ସଂକୀର୍ତ୍ତନ,ଦଣ୍ଡ ନାଚ ସହ ନଗର ପରିକ୍ରମା କରାଯାଇଥିଲା | ୧୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଲିଥିଲା | ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ସମାପନ ହୋଇଛି | ଉଭୟ ପୁରୁଷ ଏବଂ ମହିଳାମାନେ ରଥ ଟାଣିଥିଲେ | ଟିକେଶ୍ବର ବରିହା,ବିରେନ ଦାଶ,ନୀଳମଣୀ ଖମାରୀ,ଖୁଞ୍ଚି ବରିହା,ଶିବଚନ୍ଦ ସାହୁ,ପରମେଶ୍ବର ଦାଶ ପ୍ରମଖୁ ବିଭିନ୍ନ କାର୍ଯ୍ୟ ତୁଳାଇଥିଲେ |

0
0
0
s2sdefault