ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡ ପରିଭ୍ରମଣ ସହିତ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ । "୫"ଟି ଯୋଜନା ଅନୁଦାନ ସହିତ ସାଂସଦ ଓ ବିଧାୟକ ପାଣ୍ଠିରୁ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟ କିପରି ସଠିକ୍ ରୁପାୟନ ହେବ ସେନେଇ ସ୍ଥାନୀୟ ଲୋକମାନଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି। ଓଡ଼ଗାଁ ଏନଏସି ଅନ୍ତର୍ଗତ ଗୁପ୍ତମଠ ସାହି, ଜାରିଙ୍ଗି, ନିତ୍ୟାନନ୍ଦ ସାହି, ଗାନ୍ଧୀ ନଗର ସାହି, ଦଲକ, ହେମାମାଳିନୀ ସାହି ପ୍ରଭୃତି ସ୍ଥାନକୁ ଯାଇ ବିଧାୟକ ଲୋକଙ୍କ ସାମୁହିକ ସମସ୍ୟା ପଚାରି ସେ ସମ୍ପର୍କରେ ଆଲୋଚନା କରିଥିଲେ।
ଏଥି ସହିତ ଓଡ଼ଗାଁ ଏନଏସିରେ ୫ କୋଟି ୨୦ ଲକ୍ଷ ବ୍ୟୟ ଅଟକଳରେ ଦୁଇଟି କଲ୍ୟାଣମଣ୍ଡପ, ୩ କୋଟି ବ୍ୟୟ ଅଟକଳରେ ନୂତନ ଛାତ୍ରାବାସ, ୪ କୋଟି ୫୦ ଲକ୍ଷରେ ନୂତନ ଏନଏସି କାର୍ଯ୍ୟାଳୟ, ୬ କୋଟି ୨୫ ଲକ୍ଷରେ ଆଦର୍ଶ ବସଷ୍ଟାଣ୍ଡ, ୩ କୋଟି ୫୦ ଲକ୍ଷରେ ରଘୁନାଥ ଜୀଉ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ବୋଲି ବିଧାୟକ କହିଥିଲେ।ଜାରିଙ୍ଗିଠାରେ ପାଦ ଚଲା ରାସ୍ତା, ନୂତନ କମ୍ୟୁନିଟି ସେଣ୍ଟର, ଡ୍ରେନେଜ, ନୂତନ କଲଭର୍ଟ, କଂକ୍ରିଟ ରାସ୍ତା ନିର୍ମାଣ ହେବ। ଠିକ ସେହିପରି ଗାନ୍ଧୀ ନଗର ସାହି ଗଣେଶ ମଣ୍ଡପ ସମେତ ମଣ୍ଡପ ଚତୁଃପାଶ୍ୱରେ ସୌନ୍ଦର୍ଯ୍ୟକରଣ କରାଯିବ।
ନିତ୍ୟାନନ୍ଦ ସାହିରେ ନୂତନ ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସମେତ ଡ୍ରେନେଜ ସଫା, ହେମାମାଳିନୀ ସାହିରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଜନସାଧାରଣ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ |
ରାଜ୍ୟ
ଓଡ଼ଗାଁ ଏନଏସି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ
- Hits: 608









