ହେଡଲାଇନସ୍:

ଜନଜାଗୃତି ମଂଚ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ରେ ବିକ୍ଷୋଭ ଓ ବିଡ଼ିଓଙ୍କୁ ଦାବିପତ୍ର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଗୋଟି ପଂଚାୟତରେ ବହୁ ଯୋଗ୍ୟ ହିତାଧିକାରୀ କୁ ବିଭିନ୍ନ ସରକାରୀ ଯୋଜନାରୁ ବଂଚିିତ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଫଳରେ ସେମାନଙ୍କର ସାମାଜିକ ସୁରକ୍ଷା ପ୍ରତି ଜନନେତା ଓ ପ୍ରଶାସନ ସ୍ତରରେ ଧ୍ୟାନ ଦିଆଯାଉନାହିଁ । ଯୋଗ୍ୟ ହିତାଧିକାରୀଙ୍କୁ କିଭଳି ସାମାଜିକ ସୁରକ୍ଷା ପ୍ରଦାନ କରାଯିବ ସେ ନେଇ ନିଶ୍ଚିନ୍ତକୋଇଲି ଜନଜାଗୃତି ମଂଚ ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯାଇଛି । ମଂଚର ସଂଯୋଜକ ସାଗର କୁମାର ମଲିକଙ୍କ ନେତୃତ୍ୱରେ ସୋମବାର ପୂର୍ବାହ୍ନରେ ଅହମ୍ମଦ ବକ୍ସ ହାଇସ୍କୁଲ ପଡ଼ିଆରୁ ଶତାଧିକ କର୍ମକର୍ତା ଏବଂ ସାମାଜିକ ସୁରକ୍ଷାରୁ ବଂଚିତ ହୋଇଥିବା ବହୁ ହିତାଧିକାରୀ ଏକ ବିରାଟ ଶୋଭାଯାତ୍ରାରେ ନାର୍ଯ୍ୟ ଦାବି ପୂରଣ ନେଇ ବିଭିନ୍ନ ଶ୍ଲୋଗାନ ଦେଇ ହାତରେ ପ୍ଲାଗ କାଡର଼୍ ଧରି ବ୍ଲକ କାର୍ଯ୍ୟାଳୟରେ ପହ ିଥିଲେ । କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ମହାପୁରୁଷ ପ୍ରତିମୂର୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରି ସରକାରୀ କର୍ମଚାରୀମାନେ କିଭଳି ବିଭିନ୍ନ ଯୋଜନାରେ ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଯୋଗ୍ୟ ହିତାଧିକାରୀ ମାନଙ୍କୁ ସେମାନଙ୍କର ହକ ରୁ ବଂଚିତ କରୁଛନ୍ତି ସେ ସଂକ୍ରାନ୍ତରେ ପ୍ରକାଶ କରିଥିଲେ । ବିଶେଷ କରି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା , ରେସନ କାଡର଼୍ , ସରକାରୀ ଆବାସ ସମେତ ଅନ୍ୟାନ୍ୟ ଜନହିତକାରୀ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ଟାଳଟୁଳ ନୀତି କରାଯାଉଛି ଏବଂ ଦଳୀୟ ଭିତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ସୁବିଧା ସୁଯୋଗ ଦିଆଯାଉଛି ସେଥିରୁ ନିବୃ ରହିବା ପାଇଁ ସରକାରୀ କର୍ମଚାରୀ ମାନଙ୍କୁ ଚେତାବନୀ ଦିଆଯାଇଥିଲା । ଏହି ଅବସରରେ ସରକାରୀ ନୀତିନିୟମ ଅନୁଯାୟୀ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ମଂଚ ପକ୍ଷରୁ ବିଡ଼ିଓଙ୍କୁ ୫୦ ରୁ ଉଦ୍ଧ୍ୱର୍ ଯୋଗ୍ୟ ହିତାଧିକାରୀଙ୍କର ବିଭିନ୍ନ ଅଭିଯୋଗ ଓ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମ ର ଆବାହକ ସୁମନ୍ତ କୁମାର ଘଡେ଼ଇ, ତିବିକ୍ରମ ସ୍ୱାଇଁ, କୁଳମଣୀ ରାଉତ, ନାରାୟଣ ସେଠୀ, ଜଗତବଲ୍ଲଭ ନନ୍ଦ , ପ୍ରଶାନ୍ତ ନନ୍ଦ , ଅଭିରାମ ସାମଲ, ସାଗର ମଲିକ, ବିଶ୍ୱଜିତ ଦାସ, ଯୀଶୁ ମଲିକ, ମାନସ ସେଠୀ, ଦୟାନିଧି ଧିର ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault