ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ରୁ ବାଲି ଘଟାର ଲିଜ୍ ସରି ଯାଇଥିଲେ ସୁଦ୍ଧା ବଢି ଚାଲିଛି ସୁଦୂର ଝାଡଖଣ୍ଡ ଓ ପଶ୍ଚିମବଙ୍ଗ କୁ ବାଲି ଚୋରା ଚାଲାଣ। ବାଲି ମାଫିଆ ମାନଙ୍କ ବଢ଼ି ଚାଲିଛି କାୟା ବିସ୍ତାର | ତେବେ ପ୍ରଶାସନ ନିଘୋଡ଼ ନିଦ୍ରାରେ ଶୋଇଥିବା ବେଳେ ହଠାତ୍ ଗତ ଅଧ ରାତିରେ ଝାଡପୋଖରିଆ ପୋଲିସ୍ ଜବତ କରିଛି ଏକ JH05CJ 6648 ନମ୍ବର ବିଶିଷ୍ଟ ବାଲି ବୋଝେଇ ହାଇୱା । ସୂଚନା ମୁତାବକ ରାତିରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପାଣ୍ଡରା ଅଂଚଳ ରୁ ଗାଡ଼ିଟି ଜବଦ୍ କରିଛି | ଡ଼୍ରାଇଭର କୁ ଥାନାରେ ଅଟକ ରଖି କେସ ନମ୍ୱର୍ ୨୧୫/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଛି ବୋଲି ଝାଡପୋଖରିଆ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।









