ହେଡଲାଇନସ୍:

ଲଉଡ଼ିଦର୍ହl ଗ୍ରାମ ଠାରେ ଯୋଡ଼ା ଶ୍ରାବଣ ମାସ ର ଅଷ୍ଟମ ସୋମବାର ବାବା ବୈଦ୍ୟନାଥ କୁ ଜଳାଭିଷେକ କଲେ ଶହ ଶହ କାଉଡିଆ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ: ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ଗ୍ରାମ ଠାରେ ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡିଥିବାରୁ ଅଷ୍ଟମ ସୋମବାର ରେ ଅଞ୍ଚଳ ର ପ୍ରସିଦ୍ଧ ଶୈବ ପୀଠ ବାବା ବୈଦ୍ୟନାଥ ଙ୍କୁ ଜଳାଭିଷେକ କରିବା ପାଇଁ ଆଖପାଖ ଅଞ୍ଚଳ ର ବିଭିନ୍ନ ଗ୍ରାମ ରୁ ଶହ ଶହ କାଉଡିଆ ଭକ୍ତ ଙ୍କ ସମାଗମ ହୋଇଛି l ଏଥି ସହ ପବିତ୍ର ଶ୍ରାବଣ ମାସ ର ଏହି ସୋମବାର ରେ ବୈଦ୍ୟନାଥ ବାବା ଙ୍କୁ ଦର୍ଶନ ଓ ପୂଜାର୍ଚନା କରିବା ପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା l ଶୃଙ୍ଖଳିତ ଜଳାଭିଷେକ ଓ ଦର୍ଶନ ପାଇଁ ମନ୍ଦିର ଓ ଗ୍ରାମ୍ୟ କମିଟି ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା l କାଉଡିଆ ଭକ୍ତ ଙ୍କ ଜଳାଭିଷେକ ପାଇଁ ଭୋର ପାଞ୍ଚ ଟା ରେ କାଉଡିଆ ମାନେ ଲମ୍ବା ଧାଡି ରେ ଯାଇ ବୈଦ୍ୟନାଥ ବାବା ଙ୍କ ଚଳନ୍ତି ପ୍ରତିମା ବାବା ଙ୍କ ନିକଟରେ ଜଳାଭିଷେକ କରିଥିଲେ l ଅନ୍ୟ ପଟେ ମନ୍ଦିର ର ରୀତିନୀତି ଅନୁସାରେ ମଙ୍ଗଳ ଆଳତି ଘର୍ଷଣ ଲାଗି ଓ ଜଳାଭିଷେକ ସହ ଅନ୍ୟାନ୍ୟ ନୀତିକାନ୍ତ ଅପରାହ୍ନ ସୁଦ୍ଧା ସମ୍ପୂର୍ଣ ହେବା ପରେ ଅନ୍ନଭୋଗ ର ବ୍ୟବସ୍ଥା କରାଯାଇଥିଲା ଉପସ୍ଥିତ ଭକ୍ତ ମାନେ ପ୍ରଶାଦ ପାଇଥିଲେ l ମନ୍ଦିର ର ମୁଖ୍ୟ ପୂଜକ ଖଗେଶ୍ୱର ମହାପାତ୍ର ଙ୍କ ଠାରୁ ପ୍ରକାଶ l

0
0
0
s2sdefault