ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗଜପତି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି।
ଏହି ପ୍ରତିଯୋଗୀତାକୁ ଜିଲ୍ଲା ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ନିଜ ମତବ୍ୟ ରେ ସେ କପଟ ହୀନ କୋମଳମତି ଛାତ୍ର ଛାତ୍ରୀ ମାନେ ହିଁ ଆଇନ ଓ ନ୍ୟାୟ ଶାସନ ବିଷୟରେ ଅବଗତ ହେଲେ ସେମାନେ ଯାହା କହିବେ ସମାଜ ଗ୍ରହଣ କରିବ ଓ ସେମାନେ ହିଁ ଦେଶର ଗଠନରେ ଭବିଷ୍ୟତ ସୁନାଗରିକ ହୋଇପାରିବେ ବୋଲି କହିଥିଲେ।
ସେହି ଭଳି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ରବି ନାରାୟଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ କିଶୋର କିଶୋରୀ ଙ୍କୁ ଉପଯୁକ୍ତ ଭାବେ ଶିକ୍ଷିତ କରିବା ସହ ଆଇନ ବିଷୟରେ ସଚେତନତା କରିବା ଆବଶ୍ୟକ ବୋଲି କହିଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟଳୟର ବରିଷ୍ଟ ବିଚାରପତି ଗଣ ଯଥା ମାନ୍ୟବର ପରିବାର ଅଦାଲତ ର ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରଦୀପ କୁମାର ସାମଲ , ଦେବନି ଅଦାଲତ ବିଚାରପତି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା ଓ ଉପଖଣ୍ଡୀୟ ବିଚାରବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ମାନ ଦେଖୁଥିଲେ।
ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଗଜପତି ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ପ୍ରବନ୍ଧ , ଚିତ୍ରାଙ୍କନ , ବକୃତା ଓ ଅଭିନୟ ମାଧ୍ୟମରେ ପିଲା ମାନେ ପ୍ରତିଯୋଗୀତାରେ ଭାଗ ନେଇଥିଲା ବେଳେ କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାର ବରିଷ୍ଟ ବିଚାରକ ମଣ୍ଡଳୀ ଯଥା ଅଧ୍ୟାପିକା ଶ୍ରୀମତୀ ଡ଼.କଲ୍ୟାଣୀ ମିଶ୍ର , ଶ୍ରୀ ବିନୋଦ ଚନ୍ଦ୍ର ରଥ , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ଆଦର୍ଶ ଦାସ , ଶ୍ରୀ ଲିଙ୍ଗରାଜ ଦାସ , ଶ୍ରୀ ମୁରଲୀଧର ପରିଚ୍ଛା , ଶ୍ରୀ ଅର୍ଜୁନ ନାୟକ ଶ୍ରୀ ମନୋଜ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୂଲ୍ୟାଙ୍କନ କରିଥିଲେ। ପରିଶେଷରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟରୁ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ ପ୍ରଣବ କୁମାର ରାଉତରାୟ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ।
ଆୟୋଜିତ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଚିତ୍ରଙ୍କନ ଓଡିଶା ଆଦର୍ଶ ବିଦ୍ୟାଳୟ , ଗୁଣ୍ଡିମା ର ଛାତ୍ର ଶ୍ରୀ ସତ୍ୟ ଶବର , ପ୍ରବନ୍ଧ ପ୍ରତିଯୋଗିତା ରେ ଗଜପତି କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ଅର୍ଚ୍ଚିତା ସିଦ୍ଧି , ବକୃତା ପ୍ରତିଯୋଗିତା ରେ ଶ୍ରୀ ଅରବିନ୍ଦ ସ୍କୁଲ ର ଛାତ୍ରୀ ସୁଶ୍ରୀ ରେଖା ବାରିକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମଞ୍ଚ ନାଟକ ପ୍ରତିଯୋଗିତା ରେ ଓଡିଶା ଆଦର୍ଶ ବିଦ୍ୟାଳୟ , ଗୁଣ୍ଡିମା ର ଛାତ୍ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ କୁ ପ୍ରାଧିକରଣ ର କର୍ମଚାରୀ ଓ କୋର୍ଟ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।
ରାଜ୍ୟ
ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
- Hits: 375








