ହେଡଲାଇନସ୍:

ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଓଡିଆ ପୁଅର ବିରଳ ସଫଳତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଜାତୀୟ ଆଇନ ବିଶ୍ଵ ବିଦ୍ୟାଳୟ, ନୂଆଦିଲ୍ଲୀରେ ଓଡିଆ ଛାତ୍ର ରିତେଶ ପଟ୍ଟନାୟକ ଆଇନ ଶିକ୍ଷାରେ ଉତ୍କର୍ଷ ପ୍ରତିପାଦନ କରି ବିରଳ ସଫଳତା ଲାଭ କରିଛନ୍ତି । ଅଗଷ୍ଟ ୨୬ ତାରିଖରେ ଅନୁଷ୍ଠିତ ଦିଲ୍ଲୀ ଜାତୀୟ ଆଇନ ବିଶ୍ଵ ବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ଓଡିଆ ପୁଅ ରିତେଶ ଶ୍ରେଷ୍ଠ ଆଇନ ଛାତ୍ରର ମାନ୍ୟତା ହାସଲ କରିବା ସହ ବିଭିନ୍ନ ବିଭାଗରେ ୪ ଗୋଟି ସ୍ଵର୍ଣ୍ଣ ପଦକ ସହ ଓଡିଶା ପାଇଁ ଗୌରବ ଆଣିଛନ୍ତି । ୨୦୧୮-୨୩ ବ୍ୟାଚ୍ ପାଇଁ ରିତେଶ ଶ୍ରେଷ୍ଠ ଛାତ୍ର ଭାବେ ସମ୍ମାନଜନକ ଜଷ୍ଟିସ୍‌ Y K Sabarwal ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବା ସହିତ କର ଆଇନ, ଆନ୍ତର୍ଜାତୀୟ ବାଣିଜ୍ୟ ଆଇନ, ସାକ୍ଷ୍ୟ ପ୍ରମାଣ ଆଇନ ଏବଂ ବ୍ୟଙ୍କି ଆଇନ ଏହିପରି ୪ ଗୋଟି ବିଭାଗ ପାଇଁ ଚାରି ଗୋଟି ସ୍ଵର୍ଣ୍ଣପଦକ ପାଇଛନ୍ତି । ଆଇନ ଛାତ୍ର ରିତେଶଙ୍କୁ ସୁପ୍ରିମ୍ କୋର୍ଟର ମାନ୍ୟବର ନାୟାଧଶ ଶ୍ରୀ ଏସ. ରବିନ୍ଦ୍ର ଭଟ୍ଟଙ୍କ ସମେତ ଦିଲ୍ଲୀ ଉଚ୍ଚ ନାୟାଳୟର ମୁଖ୍ୟ ବିଚାରପତି ନାୟାଧୁଶ ସତିଶ ଚନ୍ଦ୍ର ଶର୍ମା, ଦିଲ୍ଲୀ ସରକାରଙ୍କ ଶିକ୍ଷାମନ୍ତ୍ରୀ ଶ୍ରୀମତୀ ଅତିସୀ ସିଂହ ଏବଂ ଆଇନ ମନ୍ତ୍ରୀ କୈଳାଶ ଗେହେଲଟ୍ ମାନପତ୍ର ଓ ସ୍ଵର୍ଣ୍ଣପଦକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ରିତେଶ ହେଉଛନ୍ତି କଟକ, ସିଡିଏ ନିବାସୀ ଶ୍ରୀ ଚଣ୍ଡିପ୍ରସାଦ ପଟ୍ଟନାୟକ ଓ ଶ୍ରୀମତି ମିନର୍ଭା ମହାନ୍ତିଙ୍କ ସୁପୁତ୍ର ।

0
0
0
s2sdefault