ନବରଙ୍ଗପୁର/ଅଶୋକ ସାହୁ; ନବରଙ୍ଗପୁର ଜିଲ୍ଲାର ଟିରଲିଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା ଓ ଜିଲ୍ଲା ସ୍ବାସ୍ଥ୍ୟସମିତି ନବରଂଗପୁର ର ମିଳିତଆନୁକୁଲ୍ୟରେ ଚକ୍ଷୁଦାନ ସଚେତନତା ପକ୍ଷ 2023 ପାଳନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡାକ୍ତର ନବକିଶୋର ବେହେରା, ଡିପିଏଚଓ ନବରଙ୍ଗପୁର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଚକ୍ଷୁଦାନ ଦିବସ ଉପରେ ବିଷଦ୍ ଆଲୋଚନା କରିଥିଲେ। ଏଡିପିଏଚଇଓ ନବରଙ୍ଗପୁର ଶ୍ରୀ ରାମ ହରି ପଣ୍ଡା, ଏଏମଏନ୍ସିଡ଼ି ଶ୍ରୀ ତରୁଣ କୁମାର ସାହୁ, କାଉନସିଲର ଶ୍ରୀ କୃଷ୍ଣଚନ୍ଦ୍ର ମେହେର, ଡିଇଓ ଡି ଶ୍ରବଣ କୁମାର ଯୋଗଦେଇ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ଏହାପରେ ଏକକୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଯେଉଁମାନେ ଏଥିରେ କୃତିତ୍ୱ ହାସଲ କରିଥିଲେ,ସେମାନଙ୍କୁ ପୁରସ୍କୃତ କରାଯାଇଥଲା।ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ମଞ୍ଚ ପରିଚାଳନା କରିଥିଲେ।ଅଧ୍ୟାପିକା ଜିଭିଭି ରଞ୍ଜିତା ଧନ୍ୟବାଦ ଅର୍ପଣପରେ ସମସ୍ତ ଛାତ୍ରଛାତ୍ରୀ ଓ ଅତିଥି ମିଳିତ ଭାବେ ଏକ ରାଲିରେ ପୋଷ୍ୟ ଗ୍ରାମତୀର୍ଲିଆମ୍ବଗୁଡ଼ା ପରିକ୍ରମାକରି ଗ୍ରାମବାସୀଙ୍କୁ ଆଜିର ଦିବସ ବିଷୟରେ ଅବଗତ କରେଇଥିଲେ।ଉକ୍ତରାଲିରେ ଶ୍ରବଣ କୁମାର ପୁଝାରୀ, ସୁଲୋଚନା ନାୟକ, ଧନର ମାଝୀ, ପଲ୍ଲବୀ ସାହୁ, ବିକ୍ରମ ଭକ୍ତ, ସୁମନ୍ତ ବଘେଲ୍, ସଂଧ୍ୟା ରାଣୀ ପାଢ଼ୀ ତଥା ଛାତ୍ରଛାତ୍ରୀ, ସ୍ୱେଚ୍ଛା ସେବୀ ସାମିଲ ଥିଲେ।
ରାଜ୍ୟ
ମଡେଲ ଡିଗ୍ରୀକଲେଜରେ ଚକ୍ଷୁଦାନ ସଚେତନତା ପକ୍ଷ 2023 ପାଳିତ
- Hits: 309








