ରାଉରକେଲା(ବସନ୍ତ କୁମାର ଜେନା):- କୋଏଲ ନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠ ଠାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉପଲକ୍ଷେ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବ ଓ ପ୍ରଧାନ ଶିକ୍ଷକ ଶିଶିର ପାଣି ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ହରମୋହନ ମିଶ୍ର ତ ଜୟଦେବ କଳା ବିକାଶ କେନ୍ଦ୍ରର ସଂପାଦକ ପ୍ରଦୀପ କୁମାର ପଣ୍ଡା ଯୋଗଦେଇ କବିତା ଆବୃତ୍ତିର ମୂଲ୍ୟାୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ପଲ୍ଲବୀ ତାଣ୍ଡି ପ୍ରଥମ,ସୃଷ୍ଟି କିରୋ ଦ୍ୱିତୀୟ ଓ ସୋହମ କଂସାରୀ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କାର ଲାଭ କରିଥିଲେ । ସେହିପରି ଅନିତା ସାହୁ, କେ ଶ୍ରୀୟା,ନିଲୋଫର ଶେଖ୍ ଙ୍କ ସମେତ ସମସ୍ତ ପ୍ରତିଯୋଗୀଙ୍କୁ ସାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ପାଣି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବରିଷ୍ଠ ଶିକ୍ଷକ ମଦନ ମୋହନ ଆରୁଖ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସୁପ୍ରଭା ସାମଲ, ଅନ୍ନପୂର୍ଣ୍ଣା ନାୟକ, ବିନତା ସେଜପଡା, ମନସ୍ବିନୀ ବାରିକ,କଳ୍ପନା ପାଇକରାୟ,ଅନିମା ବିଶ୍ବାଳ, ସାବିତ୍ରୀ ବଡାଇକ, ପୃଥିବୀ ରାଉତ, ବନ୍ଦନା ଭିତିରିଆ, ଅନୁସୂୟା ଦାସ,ପୂର୍ଣ୍ଣଚନ୍ଦ୍ର ମାହାତୋ,ମୀନତି କିଶାନ ପ୍ରମୁଖ ସହଯୋଗ କରିଥିଲେ ।
ରାଜ୍ୟ
ସରସ୍ବତୀ ବିଦ୍ୟାପୀଠର କବିତା ଆବୃତ୍ତି ପ୍ରତିଯୋଗିତା
- Hits: 277








