ହେଡଲାଇନସ୍:

ମ୍ୟୁଜିକ ସେଲିବ୍ରେସନର କିଶୋର କୁମାର ନାଇଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା(ବସନ୍ତ କୁମାର ଜେନା):- ସଂଗୀତ ଅନୁଷ୍ଠାନ ମ୍ୟୁଜିକ ସେଲିବ୍ରେସନ ତରଫରୁ ପ୍ରଖ୍ଯାତ ଗାୟକ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 'ଗାତେ ରହେ ମେରା ଦିଲ୍' ଆୟୋଜିତ କରାଯାଇଥିଲା । ରାଉରକେଲା କ୍ଲବଠାରେ ଅନୁଷ୍ଠାନର ସଭାପତି ହିମାଂଶୁ ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ନନ୍ଦନ ମୁଖାର୍ଜୀ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ମୁଖ୍ୟଅତିଥି ,ରାଜ୍ୟ ବିଜେପି ମୁଖପାତ୍ର ଧୀରେନ ସେନାପତି ଓ ସିଆଇଏସଏଫ କମାଣ୍ଡାଣ୍ଟ ଅଶୋକ ଜାଲୱାନିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଅତିଥିମାନେ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଏହି ଅବସରରେ କିଶୋର କୁମାରଙ୍କ ବହୁ ହିଟ୍ ସଂଗୀତ ଅନୁଷ୍ଠାନର କଳାକାରଗଣ ପରିବେଷଣ କରିଥିଲେ । ମମତା ଦାସ ଓ ହିମାଂଶୁ ମହାନ୍ତିଙ୍କ ସଂଯୋଜନାରେ ସର୍ବଶ୍ରୀ ରଜତ ସାହୁ, ବିମଳ ସାହୁ, ବିମଳ ପଟ୍ଟନାୟକ,ତପନ ଷଡଙ୍ଗୀ,ବଟକୃଷ୍ଣ ସାହୁ, ଶୁଭେନ୍ଦୁ ସାହୁ,ସୃତିରଂଜନ ନାୟକ,ସତ୍ୟଞ୍ଜୟ ତ୍ରିପାଠୀ,ସମରେଶ ଦାସ, ଶ୍ରୀକାନ୍ତ ଚୌଧୁରୀ, ଜୀବନ ସମାସୀ,ବସନ୍ତ ତାଣ୍ଡି, ରମେଶ ଷଡଙ୍ଗୀ,ସୁବ୍ରତ ଦାସ,ମୀନାକ୍ଷୀ ମହାରଣା, ସୁସ୍ମିତା ମୁଖାର୍ଜୀ,ନନ୍ଦନ ମୁଖାର୍ଜୀ,ରୂପା ରେଡୀ, ମୀନତି ତ୍ରିପାଠୀ,ଲୀନା ସେନାପତି, ମାଲା ସମାସୀ, ଲିପ୍ସା ଦାସ, ଶିଖା ପରିଡା,ପ୍ରଞ୍ଜଳୀ ନାଗ ଓ ଅତିଥି ଅଶୋକ ଜାଲୱାନିଆ ପ୍ରମୁଖ କିଶୋର କୁମାରଙ୍କ ସୁମଧୁର ମନଛୁଆଁ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁସଂଖ୍ୟାରେ କିଶୋର ପ୍ରେମୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault