ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଭାରତୀୟ ଜନତା ପାର୍ଟି ର କେନ୍ଦ୍ରୀୟ ନିର୍ଦ୍ଦେଶ ଅନୁସାରେ ଓଡିଶାରୁ ଯାଇ ତେଲେଙ୍ଗାନାରେ ବିଜେପି ପାଇଁ ପ୍ରଚାର କରିବା ସହ ଆସନ୍ତା ନିର୍ବାଚନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତ କରୁଛନ୍ତି।
ବିଧାୟକ ଶ୍ରୀ ରାଓ ତେଲେଙ୍ଗାନାର ମୁଲୁଗୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ କତ୍ତାଗୁଡା , ଗଙ୍ଗାରାମ , ଗୋବିନ୍ଦରାଓପେଟା , ଭେଙ୍କେଟପୁର ଆଦି ଅଞ୍ଚଳରେ ପ୍ରାୟ ଏକ ସପ୍ତାହ ହେଲା ବୁଲିବା ସହ ସେ ଅଞ୍ଚଳର ତେଲୁଗୁ ଭୋଟର ମାନଙ୍କ ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟ ଆଲୋଚନା କରିବା ସହ ଦଳୀୟ ସଙ୍ଗଠନକୁ ମଜବୁତ୍ କରୁଛନ୍ତି।
ବିଧାୟକଙ୍କ ପ୍ରଚାର ପରେ ସେଠାକାର ଅନେକ ଲୋକେ ଅନ୍ୟ ଦଳରୁ ଆସି ବିଜେପିରେ ଯୋଗ ଦେଇଛନ୍ତି ଯାହା ସେଠାକାର କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ବିଧାୟକ ସେଠାରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟ ସାରିବା ପରେ ହାଇଦ୍ରାବାଦ ଆସି ସେଠାରେ ଗଜପତି ଜିଲ୍ଲାର ପ୍ରବାସୀ ଓଡିଆ ଲୋକ ମାନଙ୍କୁ ଭେଟିବା ଦୁଇ ଦିନିଆ କାର୍ଯ୍ୟକ୍ରମ ରହିଛି।
ତେଲେଙ୍ଗାନା ନିର୍ବାଚନ ପାଇଁ ପାରଳା ବିଧାୟକଙ୍କ ସମେତ ଏକ ୪ ଜଣିଆ ଓଡ଼ିଶା ବିଧାୟକ କମିଟି ବର୍ତ୍ତମାନ ସେଠାରେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରଚାର ଓ ସାଙ୍ଗଠନିକ କାର୍ଯ୍ୟ ବୁଝିବାକୁ ଗସ୍ତ କରିଛନ୍ତି।
ରାଜ୍ୟ
ପାରଳା ବିଧାୟକଙ୍କ ତେଲେଙ୍ଗାନା ରାଜ୍ୟରେ ବିଜେପି ପାଇଁ ପ୍ରଚାର
- Hits: 418








