(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ)- କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୧୪ଗୋଟି ପଂଚାୟତ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେବା ପାଇଁ ସରକାରଙ୍କ ପକ୍ଷରୁ ୧୦୦କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଅନୁଦାନ ଯୋଗଇ ଦିଆଯାଇଛି । ଯୋଗାଇ ଦିଆଯାଇଥିବା ଅନୁଦାନ ଗୁଡ଼ିକରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହେବା ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇ ବହୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ମଧ୍ୟ କରାଗଲାଣି । ଏହି କାର୍ଯ୍ୟକ୍ରମ ପାଇଁ ୧୪ଗୋଟି ପଂଚାୟତର ଜନସାଧାରଣ, ଜନପ୍ରତିନିଧି ଏବଂ ବିଜେଡ଼ି ନେତୃବୃନ୍ଦ ଉତ୍ସାହର ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି.କେ ପାଣ୍ଡିଆନ, ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ସାନ୍ତପୁର ପଂଚାୟତ ରେ ଥିବା ଦଧିବାମନଜୀଉ କଲ୍ୟାଣୀ ମଣ୍ଡପରେ ଏକ ସାମ୍ବାଦିକ ସମିଳନୀ କରାଯାଇ ସମ୍ପୃତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏଥିରେ ମୁଖ୍ୟ ଭାବେ କଟକ ଜିଲ୍ଲା ବିଜେଡ଼ି ଉପସଭାପତି ଅଚ୍ୟୁତାନନ୍ଦ ଦାସ ଯୋଗ ଦେଇ ଏହି ୧୪ ଗୋଟି ପଞ୍ଚାୟତ ପାଇଁ ବିଧାୟକ ଶ୍ରୀ ବେହେରାଙ୍କ ପ୍ରଚେଷ୍ଟାରେ ପୂର୍ବରୁ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଏବଂ ବହୁ ପ୍ରୋଜେକ୍ଟ କାର୍ଯ୍ୟ କରାଯିବା ପାଇଁ ଖସଡ଼ା ପ୍ରସ୍ତୁତ ଚାଲିଥିବା ସଂକ୍ରାନ୍ତରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ l ବିଶେଷ କରି ବଳରାମପୁର ଠାରୁ ମହମ୍ମଦପୁର ପର୍ଯ୍ୟନ୍ତ ଚିତ୍ରୋତ୍ପଳା ନଦୀବନ୍ଧ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ୪୬କୋଟି ୩୫ ଲକ୍ଷ, ଉତରକୂଳ ଏବଂ ମଣିଜଙ୍ଗ ପଂଚାୟତ ମଧ୍ୟରେ ଥିବା ଡ୍ରେନେଜ ସଫେଇ ଓ ଉନ୍ନତିକରଣ ପାଇଁ ୧୩କୋଟି ୫୬ଲକ୍ଷ, ନେମାଳ ମିନି ଷ୍ଟାଡ଼ିୟମ ପାଇଁ ୧କୋଟିରୁ ଉର୍ଦ୍ଧ୍ଵ ଟଙ୍କା, ଜଳଦିଆ ଘେରିବନ୍ଧ ବନ୍ୟା ସୁରକ୍ଷା ଘେରି ବନ୍ଧ ପାଇଁ ୫୦ଲକ୍ଷ ଟଙ୍କା, ବିଭିନ୍ନ ପଂଚାୟତରେ ଉପସାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ୩କୋଟି ଟଙ୍କା, ୧୩ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୫ଟି ଯୋଜନାରେ ସାମିଲ କରାଯାଇ ଭିନ୍ନତିକରଣ ପାଇଁ ୫କୋଟି ୮୫ଲକ୍ଷ ଟଙ୍କା, ନେମାଳ, ମଣିଜଙ୍ଗ ଓ ଉତରକୂଳ କଲେଜର ଭିତିଭୂମି ବିକାଶ ପାଇଁ ୧କୋଟି ୫୦ଲକ୍ଷ ଏବଂ ୧୪ଗୋଟି ପଂଚାୟତ ରେ ପାନୀୟ ଜଳ ଯୋଗାଣ ପାଇଁ ୩୦ କୋଟିରୁ ଉର୍ଧ୍ଵ ଟଙ୍କା ସରକାର ମଞ୍ଜୁର କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ନୃସିଂହ ଚରଣ ମୁଦୁଲି , ସମିତିସଭ୍ୟ ବିଶ୍ୱନ୍ଦୁ ମହାରଣା , ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପାର୍ବତୀ ସାହୁ, ବ୍ଳକ ମହିଳା ସଭାନେତ୍ରୀ ନିନ୍ଦିନୀ ନାୟକ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ବିଜୁ ଜନତା କର୍ମୀମାନେ ଯୋଗଦାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି l
ରାଜ୍ୟ
କଟକ ସଦର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ କୃତଜ୍ଞତା l
- Hits: 639








