ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଫୁଙ୍କିଲେ ଶଙ୍ଖ
(ମାହାଙ୍ଗା-ଶାସକ ପ୍ରଶାସକ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଲକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭେଡା ଗ୍ରାମ ପଞ୍ଚାୟତ ର 80 ରୁ ଊର୍ଧ୍ୱ କର୍ମୀ ପଦ୍ମ-ହାତ ଛାଡି ଶଙ୍ଖ ନାଦ କରିଛନ୍ତି l ଫଳରେ ବିରୋଧୀ ବିଜେପି-କଂଗ୍ରେସ କୁ ଶକ୍ତ ଝଟକା ଲାଗିଥିବାର ବୁଦ୍ଧିଜୀବୀ ମହଲରେ କୁହାଯାଇଛି l ନିର୍ବାଚିତ ବିଜେପି ସରପଞ୍ଚଙ୍କ ହାତ ଛାଡି ପ୍ରତାପ ଜେନାଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭେଡା ପଞ୍ଚାୟତ ରୁ ୮୦ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହେବା ସହ ପ୍ରତାପ ଜେନାଙ୍କ ଶୁଭଶଙ୍ଖ ଧରିବା ସହ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦାନ କରିଛନ୍ତି l ତେବେ ଆଗାମୀ ବିଧାନ ସଭା ନିର୍ବାଚନ ପୂର୍ବରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିରୋଧି ଦଳକୁ ଛାଡି ସୋ ମୋଟ୍ ବିଜୁ ଜନତା ଦଳରେ ବିଜେପି ଓ କଂଗ୍ରେସ କର୍ମୀ ମାନେ ବହୁଳ ମାତ୍ରାରେ ଯୋଗଦେବା ଫଳରେ ମାହାଙ୍ଗାରେ ବିରୋଧୀ ଶୁନ୍ୟ ହେବାକୁ ଆଉ ଡେରି ନାହିଁ ବୋଲି ଏବେ ଠାରୁ ଚର୍ଚ୍ଚା ହେଲାଣି। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ବିଜେଡ଼ିରେ ଯୋଗଦାନ କରିଥିବା ସମସ୍ତ ବିଜେପି କର୍ମୀ ମାନଙ୍କୁ ଉତରିୟ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହ ଆଗାମୀ ଦିନରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ହାତରେ ହାତ ମିଶାଇ ବିକାଶମୂଳକ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ଙ୍କ ଟେକ ରଖିବାକୁ ଶପଥ ଗ୍ରହଣ କରିଥିଲେ l ବିଧାୟକ ଶ୍ରୀ ଜେନାଙ୍କ ସହିତ ବ୍ଲକ ଅଧ୍ୟକ୍ଷା ଦିପା ମଲିକ, ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବିଜେଡ଼ି ସଭାପତି ରାଜକିଶୋର ଜେନା, ଭେଡା ପଞ୍ଚାୟତ ବିଜେଡ଼ି ସଭାପତି ପ୍ରଦୀପ୍ତ ସିଂ, ଉପ ସଭାପତି ଦିଲ୍ଲୀପ ନାୟକ, ସୁକାନ୍ତ ରାଉତ, ଭ୍ରମରବର ମହାନ୍ତି, ସାଧାରଣ ସମ୍ପାଦକ ପ୍ରସନ୍ନ ସାମଲଙ୍କ ଉପସ୍ଥିତିରେ ଭେଡ଼ା ଗ୍ରାମ ପଞ୍ଚାୟତରୁ ୮୦ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି l ଏହି ଅବସରରେ ଆଗାମୀ ବିଧାନସଭା ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ବିଧାୟକ ପ୍ରତାପ ଜେନା ଙ୍କ ସହିତ ରହି ବିକାଶମୂଳକ କାର୍ଯ୍ୟ କରିବା ସହିତ ବିଜେଡି କୁ ବହୁ ସଂଖ୍ୟାରେ ବିଜୟ କରାଇବେ ବୋଲି ସମସ୍ତ କର୍ମୀମାନେ ପ୍ରକାଶ କରିଥିଲେ l








