ହେଡଲାଇନସ୍:

ପାଇପ ବିଛେଇବାରେ ତ୍ରୁଟି, ପାଣି ପାଇଁ ଗ୍ରାମବାସୀଙ୍କ ଗରିଆ ବାଲ୍ଟି ରଖି ଅଭିନବ ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା(ଲିପନ ନାଏକ ): ଜଳ ବିନା ଜୀବନ କଷ୍ଟ, ସଂସାରରେ ଜଳ ଉପରେ ସମସ୍ତଙ୍କ ସମାନ ଅଧିକାର ରହୁଥିବା ବେଳେ ଅନେକ ଅଂଚଳରେ କିଛି ସ୍ୱାର୍ଥପର ଲୋକ ନିଜସ୍ୱ ସମ୍ପତି ଭାବେ ବ୍ୟବହାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜଳ ଟୋପାଏ ପାଇଁ ଲୋକେ ସଂଘର୍ଷ କରୁଥିବା ବେଳେ ଲୋକେ ପାଣି ଅପବୟ କରୁଥିବା ଦେଖାଯାଉଛି। ଏଭଳି ଅଭିଯୋଗ ଆଣିଛନ୍ତି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ମାଳ ପଂଚାୟତର ସଦର ମହକୁମା ଗ୍ରାମବାସୀ। ପଞ୍ଚାୟତ କାର୍ଯ୍ୟାଳୟର ଅବହେଳା ଯୋଗୁଁ ଦୀର୍ଘ 3 ମାସ ହେବ ଗ୍ରାମର ୩ଟି ପଡାର ଲୋକେ ପାଣି ପାଇବାରୁ ବଞ୍ଚିତ ଅଛନ୍ତି। ଆଜି ଅଭିନବ ଭାବେ ଗରା ବାଲଟି ଧରି ପଞ୍ଚାୟତ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ତେବେ ନା ଆସିଛନ୍ତି କୌଣସି ଜନ ପ୍ରତିନିଧି ନା ଆସିଛନ୍ତି ପ୍ରଶାସନ ଅଧିକାରୀ।
ସୂଚନା ଅନୁସାରେ, ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ସଦର ଗ୍ରାମରେ ଗତ 3 ମାସ ହେବ ୩ଟି ପଡା କୁ ପାଣି ପହଞ୍ଚି ପାରୁନାହିଁ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଦୂରଦୃଷ୍ଟିର ଅଭାବ ଯୋଗୁଁ ପାଣି ପାଇପ ଲାଇନ୍ ବିଛେଇବା ଯୋଗୁଁ ଏହି ୩ଟି ଉପର ପଡ଼ା ବାସୀ ଅନେକ ସମୟରେ ପାଣି ପାଇ ପାରୁନାହାନ୍ତି। ତେବେ ଯାହା ବି ପାଣି ମିଳେ ସେଥିରେ ଲୋକଙ୍କ କାମ ଚଲିଯାଏ। ମାତ୍ର 3 ମାସ ହେବ ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ଫଳରେ ଆଜି ପଡାବାସି ଏକତ୍ରିତ ହୋଇ ପଞ୍ଚାୟତରେ ଗରା ବାଲଟି ଧରି ପଞ୍ଚାୟତ ସମ୍ମୁଖରେ ଅଭିନବ ପ୍ରତିବାଦ ଜଣାଇଛନ୍ତି। ବଡ଼ମାଳ ଗ୍ରାମ ଉକ୍ତ ପଡ଼ାରେ 60 ପରିବାର ରୁ ଉର୍ଦ୍ଧ ରହୁଛନ୍ତୁ। ଏଠିକାର ଜନସଂଖ୍ୟା 2 ଶହ ରୁ ଅଧିକ ଅଟେ। ପଞ୍ଚାୟତ ପକ୍ଷରୁ ଗ୍ରାମକୁ ଗ୍ରାମ୍ୟ ଜଳ ଯୋଗାଣ ଦ୍ୱାରା ସ୍କୁଲ ଓ ପଞ୍ଚାୟତ କୁ ନେଇ 15 ଟି ଟ୍ୟାପ ପଏଣ୍ଟ ଦିଆଯାଇଛି। କିନ୍ତୁ ଗତ 3 ମାସ ହେଲାଣି ଗ୍ରାମର ଗୋଣ୍ଡ, ମୁଣ୍ଡା ଓ ଓରାମ ପଡାରେ ଲାଗି ରହିଥିବା ଟ୍ୟାପରୁ ପଡାବାସୀ ପାଣି ପାଇବାରୁ ବଞ୍ଚିତ ରହୁଛନ୍ତି। ପଡବାସୀଙ୍କ ଅଭିଯୋଗ ଯେ, ଉପରପଡା ଗୁଡିକ ପାଣି ପହଂଚୁ ନଥିବା କାରଣ ହେଉଛି, ତଳପଡାବାସୀ ସଦାବେଳେ ଟ୍ୟାପକୁ ଖୋଲିକି ରଖିଦେଉଛନ୍ତି। ଏଥିସହ ଏବେ ଆବାସ ଯୋଜନା ଯୋଗୁଁ ଘର ପାଇଁ ଆବଶ୍ୟକ ପଡ଼ୁଥିବା ପାଣି ଏହି ଟେପ୍ ପଏଣ୍ଟ ରୁ ସଦାବେଳେ ବ୍ୟବହାର କରୁଛନ୍ତି। ଯାହା ଫଳରେ ପାଣି ଅଜସ୍ର ନଷ୍ଟ ହେବା ସହ ଉପରପଡା କୁ ପାଣି ପହଞ୍ଚି ପାରୁନାହିଁ। ଏହାକୁ ନେଇ ପଡାବାସୀ ବାରମ୍ବାର ପଞ୍ଚାୟତ ପ୍ରଶାସନ କୁ ଅବଗତ କରିଥିଲେ ସୁଦ୍ଧା ପ୍ରତିକାର କରାଯାଉ ନାହିଁ। ଗତ କାଲି ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି ଓ ସରପଞ୍ଚ ଙ୍କ ଉପସ୍ଥିତିରେ ଏକ ସଭା ଆୟୋଜନ କରାଯାଇ ଗ୍ରାମର ସମସ୍ତଙ୍କ ସହମତି କ୍ରମେ ପାଣି ବନ୍ଦ କରାଯିବାର ନିଷ୍ପତି ନିଆଯାଇଥିଲା। କିନ୍ତୁ ଆଜି ସକାଳୁ ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ପାଣି ପମ୍ପ ଚଳାଇବାକୁ ବାଧ୍ୟ କରାଇବାରୁ ପାଣି ଛଡା ଯାଇଥିଲା। ଯାଫଳରେ ପଡାବାସୀ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଗ୍ରାମ ପକ୍ଷରୁ ବ୍ଲକ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପଟେଲ ଙ୍କୁ ମଧ୍ୟ ଫୋନ ମାଧ୍ୟମରେ ଜଣାଇବାରୁ ମୁଁ ବାହାରେ ଅଛି କହି ଫୋନ କାଟିଥିଲେ l ପୁଣି ପାଣି ବିଭାଗର କନିଷଠଯନ୍ତ୍ରୀ ଜ୍ଞାନସ୍ୱରୁପା ବାଡା ଙ୍କୁ ଯୋଗାଯୋଗ କରାଯିବାରୁ ସେ କୌଣସି ଲିଖିତ ଅଭିଯୋଗ ପାଇ ନଥିବା କିମ୍ବା ପଂଚାୟତ ଗ୍ରୀଭାନ୍ସରେ ଏ ବିଷୟରେ ଜଣା ଯାଇ ନାହିଁ। ମୋତେ ଏହାର ଲିଖିତ ଅଭିଯୋଗ ଦେଲେ ମୁଁ କିଛି ପଦକ୍ଷେପ ନେବି ବୋଲି କହିଥିଲେ।

0
0
0
s2sdefault