ସାନଖେମୁଣ୍ଡି (ରମେଶ ପ୍ରଧାନ) :ତିନିଦିନିଆ ଗଂଜାମ ଗସ୍ତରେ ଫାଇବ ଟି ସଚିବ ଭି କେ ପାଣ୍ଡିଆନ ଆସିଥିବା ବେଳେ |ଶେଷ ଦିନରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଜଗନାଥପୁର ଛକ ସଭା ରେ ଶ୍ରୀ ପାଣ୍ଡିଆନ ପହଁଚି ବହୁ ପ୍ରତିଶୃତି ଦେଇଛନ୍ତି |ଓଡ଼ିଶାର ସର୍ବାଧିକ ଅଭିଯୋଗ ପତ୍ର ସାନଖେମୁଣ୍ଡି ରେ ବାରଶହ ପତ୍ର ପାଇଥିବା କଥା କହିଛନ୍ତି |ଏସବୁ ସମସ୍ୟା ର ସମାଧାନ ଦୁଇମାସ ଭିତରେ ଜିଲ୍ଲା ପ୍ରଶାସନ ସମାଧାନ କରିବାପାଇଁ ପ୍ରତିଶୃତି ଦେଇଛନ୍ତି |ମଠ, ମନ୍ଦିର ମସଜିଦ, ଚର୍ଚ୍ଚ, କମ୍ୟୁନିଟି ହଲ ପାଇଁ ମିଳିଥିବା ପତ୍ର ମାତ୍ର ସାତ ଦିନ ଭିତରେ ସମାଧାନ ହେବ ଏବଂ ପିଇବା ପାଣି ର ସମସ୍ୟା ପାଇଁ କାଲିଠାରୁ ବିଭାଗୀୟ ଅଧିକାରୀ ଙ୍କୁ ଗାଁକୁ ଯାଇ ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି |ଏହିଭଳି ସରକାରଙ୍କ ବିଭିର୍ନ ଯୋଜନାର ସୁଫଳ ରୂପାୟନ ସହ ଯୋଜନା ର ଲକ୍ଷ ଉପରେ ଆଲୋକ ପାତ କରିଥିଲେ |ଶିକ୍ଷା, ସ୍ୱାସ୍ଥ୍ୟ ଘର ଡିହ ପଟ୍ଟା ଗମନା ଗମନ ସୁବିଧା ଉପରେ ସରକାର ଙ୍କ ଆଭିମୁଖ୍ୟ କୁ ନେଇ ଆଲୋକ ପା ତ କରିଥିଲେ |ଏହି ସଭାରେ ସାନଖେମୁଣ୍ଡି ଏବଂ ଧରାକୋଟ ବ୍ଲକ ର ହଜାର ହଜାର , ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଙ୍କ ସହ ହାତ ମିଳାଇ ଥିଲେ ଭି କେ ପାଣ୍ଡିଆନ ଏବଂ ରାକ୍ଷୀ ବାନ୍ଧିଥିଲେ |
ଗଂଜାମ ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳି ସ୍ୱାଇଁ ଧରାକୋଟ ବ୍ଲକ ଅଧକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ | ପାଣ୍ଡିଆନଙ୍କ ସହ କ୍ରୀଡା ସଚିବ ଆର ଭିନୀଲ କ୍ରିଷ୍ଣା, ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଂଜାମ ଏସ ପି, ଜଗମୋହନ ମିନା, ଏସଡିପିଓ ଉମାଶଙ୍କର ସିଂ, ଶେରଗଡ଼ ଥାନା ଅଧିକାରୀ, ପାଟପୁର ଥାନା ଅଧିକାରୀ ହିଞ୍ଜିଳି ଥାନା ଅଧିକାରୀ, ଧରାକୋଟ ତହସିଲଦାର, ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ତଥା ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହିଥିଲେ |
ରାଜ୍ୟ
ସାନଖେମୁଣ୍ଡିରେ ପାଣ୍ଡିଆନ |
- Hits: 444








