ସାରସକଣା ବ୍ଲକ ରୁ ଦିପୁ ମହାପାତ୍ର: ନାଗସାପ କାମୁଡ଼ାରେ ଚାଷୀର ମୃତ୍ୟୁI ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସରସକଣା ବ୍ଲକ ନେଦା ଗ୍ରାମରେ I ସୂଚନା ଅନୁଯାୟୀ ବିରବର ସିଂ ଆଜି ସକାଳ ଦଶ ଘଟିକା ସମୟରେ ବିଲକାମ କରିବା ପାଇଁ ନିଜ ବିଲକୁ ଯାଇଥିଲେ l ସେଠାରେ କାମ କରୁଥିବା ସମୟରେ ତାଙ୍କୁ ଏକ ବିଷଧର ନାଗସାପ କାମୁଡି ଦେଇଥିଲା lସଙ୍ଗେ ସଙ୍ଗେ ସେ ଘରକୁ ଆସି ପରିବାର ଲୋକ କୁ କହିଥିଲେ ତାଙ୍କ ପୁତୁରା ଓଗ୍ରାମର ସ୍ଥାନୀୟ ଲୋକେ ତାଙ୍କୁ ଏକ ଅଟୋ କରି ସଙ୍ଗେ ସଙ୍ଗେ ଶୀର୍ଷା ଗୋଷ୍ଠୀ କେନ୍ଦ୍ର କୁ ନେଇ ଆସିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରେ ତାଙ୍କ ପୁତୁରା ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଝାରପୋଖରୀଆ ପୋଲିସ ମୃତ ଦେହକୁ ଜବଦ କରି ବ୍ୟବଛେଦ ପାଇଁ ପି.ଅର. ଏମ ମେଡିକାଲ କୁ ପଠlଯାଇଛି ତେବେ ସାରସକଣା ବ୍ଲକ ର ନେଦା ବନ୍ୟାଅଞ୍ଚଳ ହୋଇଥିବାରୁ ବିଷ ଧର ସାପଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି |
ରାଜ୍ୟ
ନାଗସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ
- Hits: 705








