ହେଡଲାଇନସ୍:

ଗୋଳକୁଣ୍ଡ ,ପଦ୍ମନାଭ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଓ କର୍ମଚାରୀ ଙ୍କ ଭିତରେ ରହୁନାହିଁ ସମନ୍ଵୟ, ବଢୁଛି ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର, (ବାଞ୍ଚାନିଧି ସାହୁ): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଗୋଳକୁଣ୍ଡ ଗ୍ରାମ ରେ ରହିଛି ପଦ୍ମନାଭ ସରକାରୀ ଉଚ୍ଚ ବିଦ୍ୟାଳୟ ,ଏହି ବିଦ୍ୟାଳୟ ରେ 3 ବର୍ଷ ହେବ ନୂତନ ଭାବେ ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣପ୍ରଭା ମଲ୍ଲିକ ଦାୟିତ୍ଵ ଗ୍ରହଣ କରିଛନ୍ତି, ଏଠି ଶିକ୍ଷକ ଶିକ୍ଷୟତ୍ରୀ,କିରାଣୀ , ଚପରାଶି ପଦବୀ ପୂରଣ ରହିଛି, କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସହିତ କର୍ମଚାରୀ ମାନଙ୍କ ର ସମନ୍ଵୟ ରହୁନାହିଁ ବୋଲି ଜଣାପଡିଛି, ଯାହା ଦ୍ଵାରା ବିଦ୍ୟାଳୟ ର ସରକାରୀ ଯୋଜନା, ଅଫିସ କାର୍ଯ୍ୟ ସଠିକ ଭାବେ ରୂପାନ୍ତରିତ ହୋଇ ପାରୁନାହିଁ ବୋଲି ଖୋଦ୍ ପ୍ରଧାନ ଶିକ୍ଷୟତ୍ରୀ ମଲ୍ଲିକ କହିଛନ୍ତି, ଏନେଇ ଯାଜପୁର ଶିକ୍ଷା ଜିଲ୍ଲା ଅଧିକାରିଣୀ ଙ୍କ ନିକଟରେ ଅଭିଯୋଗ ହୋଇଛି, ଏହି ବିଦ୍ୟାଳୟ ର ଗାରିମା ଥିଲା ବେଳେ ଏବେ କ୍ଷୁର୍ଣ୍ଣ ହେବାରେ ଲାଗୁଛି,ଯେଉଁଥିପାଇଁ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥାପନ ବଢ଼ିବା ବଦଳ ରେ କମି କମି ଯାଉଛି ,ମଧ୍ୟାହ୍ନ ଭୋଜନ, ପୋଷାକ ବିତରଣ, କ୍ୟାସ ବୁକ କାର୍ଯ୍ୟ ରେ ତ୍ରୁଟି ପରିଲକ୍ଷିତ ହେଉଛି, କର୍ମଚାରୀ ମାନେ ଉପସ୍ଥିତ ରହୁଥିଲେ ବି ଏସବୁ କାର୍ଯ୍ୟ ରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ସହଯୋଗ କରୁ ନାହାଁନ୍ତି, ପ୍ରତେକ ଦିନ କିଛି ନା କିଛି ସମସ୍ୟା ବିଦ୍ୟାଳୟରେ ଉପୁଜୁଛି ,ଏନେଇ ଅଭିଭାବକ ମାନେ ବିଦ୍ୟାଳୟରେ ପହଞ୍ଚି ସମାଧାନ କରିବାରେ ବିଫଳ ହେଉଥିବା ଜଣାପଡ଼ିଛି, ଜନୈକ ଛାତ୍ର ପୋଷାକ ନେଇ ଥିଲା ବେଳେ ଛୋଟ ହେବା ରୁ ଫେରାଇ ଦେଇଛି, ଏହାକୁ ନେଇ ନା ନା କଥା ଶୁଣା ଯାଉଥିଲା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଏହାକୁ ସମାଧାନ କରି ସଠିକ ମାପ ରେ ପୋଷାକ ଦେବେ ବୋଲି କହିଛନ୍ତି, ବିଦ୍ୟାଳୟ କୁ ଆସୁଥିବା ବାଳିକା ଙ୍କ ଖୁସି କୁ ନେଇ ଜନୈକ ଅଭିଭାବକ ସାମାଜିକ ଗଣମାଧ୍ୟମ ରେ ମିଥ୍ୟା ଖବର ପ୍ରଚାରିତ କରି ବିଦ୍ୟାଳୟ ର ଗୌରବ କୁ କ୍ଷୁର୍ଣ୍ଣ କରୁଛି ବୋଲି ବୁଦ୍ଧିଜିବୀ ମହଲ ରେ ଚର୍ଚ୍ଚା ହୋଇଥିଲା, ଗତ ଜୁଲାଇ ମାସ 27 ତାରିଖ ରେ ବାଳିକା ମାନଙ୍କ ପାଇଁ ଆସୁଥିବା ଖୁସି କୁ ପ୍ରଧାନ ଶିକ୍ଷୟତ୍ରୀ ମଲ୍ଲିକ ହସ୍ତାନ୍ତର କରିଥିଲେ, କିନ୍ତୁ ବିଡ଼ମ୍ବନା ର କଥା ଗତ 20 ତାରିଖ ରେ ବିଦ୍ୟାଳୟ କୁ ଆସିଥିବା ଖୁସି ପ୍ରଧାନ ଶିକ୍ଷୟତ୍ରୀ ହଡ଼ପ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମ ରେ ଜନୈକ ବ୍ୟକ୍ତି ମିଥ୍ୟା ପ୍ରଚାର କରିଥିଲେ, ସେହିପରି ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ନ ପଚାରି ପାଚିକା ଥରେ ଚୁଲି ଭାଙ୍ଗି ଦେଇଥିଲା, ଏହି ବିଦ୍ୟାଳୟ ଟି 5t ରେ ରୂପାନ୍ତରିତ ହୋଇଥିଲା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟାଳୟ ଏକ ଅଳିଆ ଥିବା ତଥା ଖେଳ ସାମଗ୍ରି ଭରପୂର ହୋଇଥିବା କୋଠରୀ ରେ ଚାଲିଥିବା ଦେଖିବାକୁ ମିଳିଛି, ଯାହାଦ୍ୱାରା ପ୍ରଧାନ ଶିକ୍ଷୟତ୍ରୀ ମାନସିକ ଭାରସାମ୍ଯ ହରାଇ ବସୁ ଛନ୍ତି ବୋଲି କୁହାଯାଇଛି, ଏନେଇ ବିଭାଗୀୟ ଉଚ୍ଚ କତୃପକ୍ଷ ଙ୍କ ନିକଟରେ ଅଭିଯୋଗ ପହଁଞ୍ଚିଛି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଉଠିଛି, ଏସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀଣୀ ଙ୍କୁ ପଚାରିବାରୁ ଅଭିଯୋଗ ଆସିଛି ପରିଦର୍ଶନ ରେ ଗଲେ ବୁଝିବେ ବୋଲି କହିଛନ୍ତି,

0
0
0
s2sdefault