ହେଡଲାଇନସ୍:

ବାରମ୍ବାର ପରାଜୟକୁ ପାସୋରି ଦେଉଛନ୍ତି ମନମୋହନ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଓଡିଶାବାସୀ ବିଜେପିକୁ ବାରମ୍ବାର ପରାଜୟର ରାସ୍ତା ଦେଖାଉଛନ୍ତି

  •  ବିଜେଡି ତଡିଥିବା ନେତାଙ୍କୁ ନେବାକୁ ଉଦ୍ୟମ ଚଳାଇଛି ବିଜେପି

  •  ଗତ ନିର୍ବାଚନରେ ଏଭଳି ନେତାଙ୍କୁ ଆମଦାନୀ କରି ହାରିଥିଲା ବିଜେପି


ଭୁବନେଶ୍ୱର, ୨୭/୦୮/୨୦୨୩: ଶ୍ରୀ ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ ୪.୫ କୋଟି ଲୋକ ଓଡିଶା ବିଜେପିକୁ ପରାସ୍ତ କରିଛନ୍ତି ଏବଂ ଗତବର୍ଷ ଜିଲା ପରିଷଦ ନିର୍ବାଚନରେ ଓଡିଶାର ୩୦ଟି ଜିଲ୍ଲାରେ ବିଜୁ ଜନତା ଦଳର ବିଜୟ ନିଶ୍ଚିତ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ଲେନିନ୍‍ ମହାନ୍ତି ।
ଶ୍ରୀ ମହାନ୍ତି ଆଜି ଏଠାରେ ଗଣାମାଧ୍ୟମକୁ କହିଛନ୍ତି ଯେ ଗୋଟିଏ ପରେ ଗୋଟିଏ ଜାତୀୟ ସର୍ଭେ କହୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଭାରତର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି । ବିଜୁ ଜନତା ଦଳ ଉପରେ ଓଡିଶାର ଲୋକଙ୍କର ଭରସା ରହିଛି ଏବଂ ଓଡିଶା ବିଜେପି ନେତାଙ୍କ ଏପରି ବିବୃତ୍ତି ପାଇଁ ସେମାନେ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ।
ଆମେ ମଧ୍ୟ ଜାଣୁ ଯେ ଶ୍ରୀ ସାମଲ ତାଙ୍କ ଦଳରେ ଏଭଳି ଲୋକଙ୍କୁ ସାମିଲ ପାଇଁ ଉଦ୍ୟମ ଚଳାଇଛନ୍ତି ଯେଉଁମାନେ ଲୋକ ବିରୋଧୀ କାର୍ଯ୍ୟକଳାପ ତଥା ଲୋକଙ୍କୁ ଚାକିରୀ ପ୍ରତିଶ୍ରୁତି ଦେଇ ଏବଂ ଲୋକଙ୍କୁ ପ୍ରତାରଣା କରି ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ୨୦୧୯ ନିର୍ବାଚନ ସମୟରେ ଓଡିଶା ବିଜେପି ଏଭଳି ଜନ ବିରୋଧୀ ନେତା ଆମଦାନୀ କରି ବ୍ୟାପକ ପରାଜୟର ସମ୍ମୁଖୀନ ହୋଇଥିଲା । ଆଗାମୀ ନିର୍ବାଚନ ପାଇଁ ଏହିପରି ବଦନାମ ନେତାମାନଙ୍କୁ ନିଜ ଦଳରେ ନେବାକୁ ଉତ୍ସାହିତ କରନ୍ତୁ ଏବଂ ନିଜ ଦଳ ପାଇଁ ପରାଜୟର ଧାରାକୁ ପୁନରାବୃତ୍ତି କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଓଡିଶାର ୪.୫ କୋଟି ଲୋକ ବିଜେଡି ସହ ଅଛନ୍ତି ଏବଂ ରହିବେ ଏବଂ ଆଗାମୀ ଦିନରେ ମଧ୍ୟ ଓଡିଶା ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

 

0
0
0
s2sdefault