ହେଡଲାଇନସ୍:

ନିଜ ଭୋଟରଙ୍କୁ ଅପରାଧି କହିଲେ ସାଂସଦ ଅପରାଜିତା: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ନିର୍ବାଚନ ପାଖେଇ ଆସିବାରୁ ଭୁବନେଶ୍ୱରରେ ଚକ୍କର କାଟୁଛନ୍ତି

  •  ମା’ ଭଉଣୀମାନଙ୍କୁ ଅପରାଧି ସଜାଇବାକୁ ପଛାଇଲେ ନାହିଁ

  •  ଏଭଳି ମନ୍ତବ୍ୟକୁ ଦୃଢ ନିନ୍ଦା କଲା ବିଜେଡି


ଭୁବନେଶ୍ୱର: ଗତ ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ଲୋକଙ୍କ ସହ ନାହାଁନ୍ତି କିମ୍ବା ସେମାନଙ୍କ ଚିନ୍ତା ଏବଂ ବିକାଶ ପାଇଁ ଏକ ମିନିଟ୍ ସମୟ ଦେଇ ନାହାଁନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଶ୍ରୀମୟୀ ମିଶ୍ର ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏହା ସ୍ୱାଭାବିକ ଯେ ଯେତେବେଳେ ନିର୍ବାଚନ ପାଖେଇ ଆସୁଛି ଏବଂ ଶ୍ରୀମତୀ ଷଡଙ୍ଗୀ ତାଙ୍କ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀକୁ ସାଢେ ଚାରି ବର୍ଷ ପରେ ପରିଦର୍ଶନ କରୁଛନ୍ତି, ନିର୍ବାଚନମଣ୍ଡଳୀର ମହିଳା ଏବଂ ପୁରୁଷମାନେ ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ସେ ଗତ ସାଢେ ଚାରି ବର୍ଷ ଧରି କେଉଁଠାରେ ଥିଲେ ଏବଂ ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କାହିଁକି ଆସୁଛନ୍ତି?
ଭୁବନେଶ୍ୱରର ମହିଳା ତଥା ସାଧାରଣ ଲୋକଙ୍କ ପ୍ରକୃତ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେ କହୁଛନ୍ତି ଯେ ଭୁବନେଶ୍ୱରର ଲୋକେ ତଥା ଅପରାଧୀମାନେ ତାଙ୍କ ସଭାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି । ଶ୍ରୀମତୀ ଷଡଙ୍ଗୀଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି ଯେ ଗତ ନିର୍ବାଚନରେ ଯେଉଁମାନେ ତାଙ୍କୁ ଭୋଟ୍ ଦେଇ ସାଂସଦ କରିଥିଲେ, ବିଶେଷକରି ଭୁବନେଶ୍ୱରର ମହିଳା, ମା’ ଏବଂ ଭଉଣୀ, ସେମାନଙ୍କୁ ଆଜି ସେ ଅପରାଧୀ ବୋଲି କହୁଛନ୍ତି । ଯେଉଁମାନେ ତାଙ୍କୁ ଭୋଟ୍ ଦେଇଛନ୍ତି ସେମାନଙ୍କୁ ଅପରାଧୀ ବୋଲି ଜଣେ ସାଂସଦ କିପରି କହିବେ? ସେ କିପରି ଜଣେ ମହିଳା ଭାବରେ ଭୁବନେଶ୍ୱରର ମହିଳାମାନଙ୍କୁ ଅପରାଧୀ ବୋଲି କହିପାରିବେ? ନିଜ ସାଂସଦଙ୍କୁ ସାମାନ୍ୟ ପ୍ରଶ୍ନ ପଚାରିଥିବା ଭୁବନେଶ୍ୱର ଲୋକଙ୍କୁ ଶ୍ରୀମତୀ ଷଡଙ୍ଗୀ ଯେଭଳି ଅପରାଧି ବୋଲିକହୁଛନ୍ତି ଆମେ ତାହାକୁ ନିନ୍ଦା କରୁଛୁ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

0
0
0
s2sdefault