ହେଡଲାଇନସ୍:

ବେଦନାରୁ ହିଁ ସାହିତ୍ୟର ସୃଷ୍ଟି : ଉତ୍କଳ ସାହିତ୍ୟ ସମାଜ ନୟାଗଡ଼ ଶାଖାର ପଞ୍ଚମ ବାର୍ଷିକୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଉତ୍କଳ ସାହିତ୍ୟ ସମାଜ ନୟାଗଡ଼ ଶାଖାର ପଞ୍ଚମ ବାର୍ଷିକୋତ୍ସବ ଏବଂ ସାରସ୍ୱତ ସମାରୋହ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତ୍ୟିକା ବସିରନ ବିବିଙ୍କ ପୌରହିତ୍ୟରେ ଆୟୋଜିତ ଏହି ସାହିତ୍ୟ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଏବଂ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ନିର୍ଦ୍ଦେଶିକା ଡ.ପ୍ରୀତିପ୍ରତିଭା ଭୋଳ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଶାଖାର ସଂଯୋଜକ ରଂଜନ କୁମାର ଦାଶ ଯୋଗଦେଇ ଉତ୍କଳ ସାହିତ୍ୟ ସମାଜର ଉତିବୃତ୍ତି ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଡ.ଭୋଳ କହିଲେ ଯେ ବେଦନାରୁ ହିଁ ସାହିତ୍ୟ ସୃଷ୍ଟି । ବାଲ୍ମିକୀଙ୍କ ରାମାୟଣ ଏହି ବେଦନାରୁ ହିଁ ରଚିତ ହୋଇଥିଲା । ଯେଉଁ ସାହିତ୍ୟ ବେଦନାସିକ୍ତ ରସରୁ ଉତ୍ପତ୍ତି ହୋଇଥାଏ ତାହା କାଳଜୟୀ ହୋଇଥାଏ । ଏଣୁ ଆମ ଓଡ଼ିଆ ସାହିତ୍ୟ ଯେ କାଳରୁ କାଳକୁ ରହିବ ଏଥିରେ ସନ୍ଦେହର ଅବକାଶ ନାହିଁ । ମୁଖ୍ୟଅତିଥି ଶ୍ରୀଯୁକ୍ତ ଭୋଇନୟାଗଡ଼ର ସାହିତ୍ୟ ଏବଂ ସଂସ୍କୃତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଅବସରରେ ଏକ ମନୋଜ୍ଞ କବିତା ଆସରର ଆୟୋଜନ ହୋଇଥିଲା । ଏହାକୁ ଅଧ୍ୟାପିକା ନୀଳିମା ନନ୍ଦ ଏବଂ ଯଜ୍ଞଦତ୍ତ ରଥ ସଂଯୋଜନା କରିଥିଲେ । ଏହି ଉତ୍ସବରେ ୧୦ଜଣ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇ୍‌ଥିଲା । ପରେ କବି ତଥା ସମାଜସେବୀ ଦାମୋଦର ସାହୁଙ୍କ ଦ୍ୱାରା ରଚିତ ପୁସ୍ତକ ‘ଅନୁଭବ ଗୀତିକା’କୁ ଅତିଥିମାନେ ଉନ୍ମୋଚିତ ହୋଇଥବା ବେଳେ ଗୋପୀନାଥ ସେଠୀ ପୁସ୍ତକକୁ ସମୀକ୍ଷା କରିଥିଲେ । ଶାଖାର ଆବାହକ ଡ.ନିର୍ମଳ ଚନ୍ଦ୍ର ଶୂରଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯଶୋବନ୍ତ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

0
0
0
s2sdefault