ହେଡଲାଇନସ୍:

ଚାଷୀମାନଙ୍କ ବିକାଶ ପାଇଁ ନୂଆ ରୂପ ରେଖରେ ଖୋଲିବାକୁ ଯାଉଛି ସାପ୍ତାହିକ ହାଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଏବଂ କେନ୍ଦୁପାଟଣା ଆରଏମସିଙ୍କ ମିଳିତ ଉଦ୍ୟମ ହେବାକୁ ଯାଉଛି ସାକାର

ଚାଷୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଏବଂ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟ ଙ୍କ ମିଳିତ ଉଦ୍ୟମରେ ଚାଷୀମାନଙ୍କ ବିକାଶ ପାଇଁ କୁଳିଆ ମାର୍କେଟ ପଡ଼ିଆରେ ନୂତନ ଭାବେ ନୂଆ ରୂପରେଖ ନେଇ ଖୋଲିବାକୁ ଯାଉଛି ସାପ୍ତାହିକ ହାଟ । ଯାହାପାଇଁ ଚାଷୀ ଏବଂ ଜନସାଧାରଣଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ବିଧାୟକ ଶ୍ରୀ ଜେନା ଏବଂ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି (ଆରଏମସି) ପକ୍ଷରୁ ଚାଷୀମାନଙ୍କର ଆର୍ଥିକ ବିକାଶ କଥା ଚିନ୍ତା କରାଯାଇ ଏକ ଦୃଢ ପଦକ୍ଷେପ ନିଆଯାଇଛି । କୋଲଣପୁର ପଂଚାୟତ କୁଳିଆ ମାର୍କେଟ ପଡ଼ିଆରେ ଖୁବ୍ ଶୀଘ୍ର ଏକ ସାପ୍ତାହିକ ହାଟ ଖୋଲିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି । ଆରଏମସିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ କମଳଜିତ୍ ଦାସଙ୍କ ନିଦେ୍ର୍ଧଶ କ୍ରମେ ମାର୍କେଟ ସୁପରଭାଇଜର କିଶୋର ଦାସଙ୍କ ଅଧ୍ୟକ୍ଷତା ଓ ସେକ୍ ମହମ୍ମଦ ଇଦ୍ରିସଙ୍କ ସଂଯୋଜନାରେ ହାଟ ଖୋଲିବା ପାଇଁ ପାରିପାଶ୍ୱିର୍କ ବ୍ୟବସ୍ଥା ସଂକ୍ରାନ୍ତ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସ୍ଥାନୀୟ ୧୦ଟି ପଂଚାୟତର ଚାଷୀ ,ବ୍ୟବସାୟୀ,ଜନପ୍ରତିନିଧି ଓ ସାଧାରଣ ଲୋକେ ଉପସ୍ଥିତ ହୋଇ ସମୃଦ୍ଧିଶୀଳ ହାଟ ଖୋଲିବା ପାଇଁ ବିଭିନ୍ନ ପ୍ରସ୍ତାବ ଓ ମତାମତ ପ୍ରଦାନ କରିଛନ୍ତି । ଏଥିରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସମାଜସେବୀ ଯଚ୍ଚିନ୍ଦ୍ରନାଥ ଜେନା, ସରପଂଚ ଗୋପବନ୍ଧୁ ସେଠୀ, ଶିବପ୍ରସାଦ ବେହେରା, ପ୍ରଗତିପ୍ରଭା ମହାନ୍ତି, ସମିତିସଭ୍ୟା ଶୁଭଶ୍ରୀ ସାହୁ, ଅବସରପ୍ରାପ୍ତ ମାର୍କେଟ ସରକାର ରତ୍ନାକର ବିଶ୍ୱାଳ, ନୃସିଂହ ବିଶ୍ୱାଳ, ଜ୍ଞାନରଂଜନ ରାଉତ, ପ୍ରଦୀପ୍ତ ରାଉତ, ବଳରାମ ସାହୁ ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ଅଂଚଳର ଚାଷୀମାନେ ଏହି ହାଟରେ ସେମାନଙ୍କର ଉତ୍ପନ୍ନ ଦ୍ରବ୍ୟ ବିକି୍ର କରି କିଭଳି ଲାଭବାନ ହେବେ ସେଥିପ୍ରତି କି କି ବ୍ୟବସ୍ଥା କରାଯିବ ସେ ସଂକ୍ରାନ୍ତରେ ଆଲୋଚନା ହୋଇଯାଇଛି । ଏପରିକି ଚାଷୀମାନଙ୍କର ପନିପରିବା ସୁରକ୍ଷିତ ରଖିବା ପାଇଁ ଏକ ଶୀତଳ ଭଣ୍ଡାର ଖୋଲାଯିବା ଏବଂ ଚାଷ ସଂକ୍ରାନ୍ତରେ ଚାଷୀମାନେ ବିଭିନ୍ନ ତଥ୍ୟ ଓ କୃଷିଜାତ ଦ୍ରବ୍ୟର ମୂଲ୍ୟ ଜାଣିବା ପାଇଁ ଏକ ଚାଷୀ ପରାମର୍ଶ ଓ ସୂଚନା କେନ୍ଦ୍ର ଖୋଲାଯିବା, ହାଟ ପାଇଁ ପିଣ୍ଡି ତିଆରି କରିବା, ବ୍ୟବସାୟ ମାନଙ୍କର ଜିନିଷପତ୍ର ରଖିବା ପାଇଁ ସେମାନଙ୍କୁ ଗୃହ ଯୋଗାଇଦେବା,ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ବିଶ୍ରାମ ସ୍ଥଳ ଏବଂ ରାସ୍ତା ପାଶ୍ୱର୍ରେ ଏକ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ମଧ୍ୟ ଦାବି ହୋଇଥିଲା । ଉକ୍ତ ହାଟଟି ସପ୍ତାହରେ ଦୁଇଥର ତଥା ବୁଧବାର ଓ ଶନିବାର କରାଯିବାକୁ ବୈଠକରେ ନିଷ୍ପତି ହୋଇଛି । ଏଥିରେ ଯାବତୀୟ କୃଷିଜାତ ଦ୍ରବ୍ୟ , ପନିପରିବା, ମାଛ ସୁଖୁଆ, ହାଣ୍ଡି, ମାଠିଆ, ନଡ଼ିଆ, କଦଳୀ ଇତ୍ୟାଦି ବ୍ୟବସାୟ ପାଇଁ ସମସ୍ତ ବନେ୍ଦାବସ୍ତ କରାଯାଇଛି । ଏହି ଅଂଚଳର ଚାଷୀମାନଙ୍କ ଠାରୁ ବିଭିନ୍ନ ପନିପରିବାକୁ କିିଣିବା ପାଇଁ ସୁଦୂର ପାରାଦ୍ୱୀପ, ରାଜନଗର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଚୌଦ୍ୱାର, ଭୁବନେଶ୍ୱର, କଟକ ଓ ଅନ୍ୟାନ୍ୟ ସହରାଚଂଳ ରୁ ବେପାରୀମାନେ କିଭଳି ଆସିବେ ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଜାତୀୟ କୃଷି ବଜାର କମିଟି ପକ୍ଷରୁ ଇ-ନାମ ର ନୂତନ ଗୃହ ଉଦ୍ଘାଟନ କରାଯିବା ଦିନ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଉକ୍ତ ହାଟକୁ ଉଦ୍ଘାଟନ କରିବେ ବୋଲି ବୈଠକରେ ଆଲୋଚନା ହୋଇଛି । ଏହି ବୈଠକରେ ଆରଏମସି କର୍ମଚାରୀ ଶ୍ୟାମସୁନ୍ଦର ଦାଶ, ଭଗବାନ ଦାସ,ସୋମନାଥ ବିଶ୍ୱାଳ, ଧିରେନ୍ଦ୍ର ନନ୍ଦ, ସେକ ମହମ୍ମଦ ଇଦ୍ରିଶ, ବ୍ରଜମୋହନ ପଣ୍ଡା , ଜୟଦେବ ବିଶ୍ୱାଳ , ସହଦେବ ଦାସ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault