ଘୁମୁସର ଜିଲ୍ଲା ନିମନ୍ତେ ବିଭିନ୍ନ ଅନୁଷ୍ଠାନର ସ୍ମାରକପତ୍ର
ଗଞ୍ଜାମ ଜିଲ୍ଲା ପ୍ରତିନିଧି (ନିଲୁ ବିଷୋୟୀ):- ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଖେଳ ପଡ଼ିଆ ୫-ଟି ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଚଳ ଚଞ୍ଚଳ ହୋଇ ଉଠିଥିଲା। ହେଲିକେପ୍ଟରରୁ ଓହ୍ଲାଇ ଶ୍ରୀ ପାଣ୍ଡିଆନ ପଡ଼ିଆ କୁ ଆସିବା ପରେ ତାଙ୍କୁ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଜଗ ମୋହନ ମିନାଙ୍କ ସମେତ ଏସଏଚଜି ମହିଳା ଓ ବହୁ ଜନସାଧାରଣ ପୁଷ୍ପଗୁଚ୍ଛ ଓ ହାତ ମିଶାଇ ସ୍ୱାଗତ ଜଣାଇଥିଲେ।ସେଥି ମଧ୍ୟରେ ବହୁ ମହିଳା ୫-ଟି ସଚିବଙ୍କ ହାତରେ ରାଖି ବାନ୍ଧିଥିଲେ। ମଞ୍ଚକୁ ଆସିବା ପରେ ଶ୍ରୀ ପାଣ୍ଡିଆନ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନୁମୋଦିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ସେଥି ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳଯୋଗାଣ, କ୍ରୀଡା, ଗମନାଗମନ,ମିଶନ ଶକ୍ତି ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ରାଜ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ସକ୍ଷମ ହୋଇଛନ୍ତି।ତେଣୁ ସମସ୍ତଙ୍କ ସହଯୋଗରେ ରାଜ୍ୟର ଉନ୍ନତି ସମ୍ଭବ। ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥାରେ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ଗାଲେରୀ,ବିଡ଼ି ପୁର ଠାରେ ଥିବା ସମସ୍ତ କଲେଜକୁ ୫-ଟି ରେ ସାମିଲ କରାଯାଇଛି।ଏଥି ନିମନ୍ତେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ ମଧ୍ୟ କରାଯାଇଛି।ଏହା ଦ୍ୱାରା ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଉନ୍ନତ ବିଜ୍ଞାନ ପରୀକ୍ଷାଗାର,ବାଳକ ଓ ବାଳିକା କମନ ରୁମ ସହ ପୁରାତନ କଲେଜର ୬ମାସ ମଧ୍ୟରେ ରୂପାନ୍ତରିକରଣ କରାଯିବ।ସେହିପରି ମିଶନ ଶକ୍ତିରେ ଗଞ୍ଜାମ ଜିଲ୍ଲାର ୩୧,୭୦୦ ଗ୍ରୁପ ୧,୧୧୩କୋଟି ଟଙ୍କା ଋଣ ନେଇଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତିବର୍ଷ ମହିଳା ମାନଙ୍କ ଚିକିତ୍ସା ପାଇଁ ୧୦ଲକ୍ଷ ଓ ପୁରୁଷ ମାନଙ୍କ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କାର ସୁବିଧା ରହିଛି।ସେହିପରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ଘରେ ଘରେ ପାନୀୟ ଜଳଯୋଗାଣ,ଭଞ୍ଜନଗର ଏନଏସିର କ୍ରୀଡ଼ାପ୍ରେମୀ ଙ୍କ ସକାଶେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ବୋଲି ୫-ଟି ସଚିବ କହିଥିଲେ।ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ। ସେଥି ମଧ୍ୟରେ ଘୁମୁସର ଜିଲ୍ଲା ଗଠନ ନିମନ୍ତେ ଘୁମୁସର ବାହିନୀ,ଭଞ୍ଜନଗର ଓକିଲ ସଂଘ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ।ଏଥିରେ ବହୁ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠି, ରାଜନେତା, ବୁଦ୍ଧିଜୀବି ରାଜନୈତିକ ଦଳର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ପ୍ରଶାସନିକ ସ୍ତରରେ ୫ଟି ସଚିବ ଙ୍କ କାଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି। ଅପରପକ୍ଷରେ ରାଜନୈତିକ ଦୃଷ୍ଟି ଭଙ୍ଗୀରୁ ଅନ୍ୟ ସ୍ଥାନ ଗୁଡିକ ଭଳି ଭଞ୍ଜନଗର ରେ ବିରୋଧୀ ଦଳ ମାନଙ୍କ ପକ୍ଷରୁ କୌଣସି ବିରୋଧ କରାଯାଇନାହିଁ। ବିରୋଧୀ କଂଗ୍ରେସ ଏକ ରକମ ସଚିବ ଙ୍କ ଗସ୍ତ କୁ ସମର୍ଥନ ଦେବା ସହ ସୋସିଆଲ ମିଡିଆ ରେ ସ୍ବାଗତ ଜଣାଇଥିବା ବେଳେ ବିଜେପି ପକ୍ଷରୁ ଯୁବ ନେତା ଅଯୋଧ୍ୟା ମହାପାତ୍ର ଙ୍କ ନେତୃତ୍ୱରେ ମୁହଁରେ କଳା ପଟି ପିନ୍ଧି କିଛି ସମୟ ପାଇଁ ବାଇପାସ ରୋଡ଼ ନିକଟରେ ନିରବ ପ୍ରତିବାଦ କରାଯାଇଥିଲା।








