ପଦ୍ମପୁର :- ଆଜି ତା ୨୬/୦୮/୨୩ ଶନିବାର ଦିନ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଦିପ୍ତିପୁର ବରଗଡ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ସଂଯୋଜନାରେ ଓ ପଶ୍ଚିମ ଓଡ଼ିଶା କୃଷିକେନ୍ଦ୍ର ଦିପ୍ତିପୁର ଙ୍କ ସହଯୋଗ ରେ ଏକ ବୃକ୍ଷରୋପଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀ ନବୀନ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ପ୍ରକୃତିମିତ୍ର ଶ୍ରୀ ମୀନକେତନ ସାହୁ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ର ଉପାଦେୟତା ବିଷୟ ରେ ଆଲୋକପାତ କଲେ ଓ ଅଧ୍ୟକ୍ଷ ଶ୍ରୀ ଦାଶ ଉଦ୍ଦେଶ୍ୟ ଓ ଆମର ଆବଶ୍ୟକତା ଉପରେ ବାର୍ତ୍ତା ପ୍ରଦାନ କଲେ ।
EACH ONE ,PLANT ONE କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଛାତ୍ରଛାତ୍ରୀ କୁ ଗୋଟିଏ ଲେଖାଏଁ ଗଛ ଚାରା ପ୍ରଦାନ ପୂର୍ବକ ନିଜ ଘର ବାଡ଼ି ବା ଜମି ରେ ରୋପଣ କରି ତା'ର ଯତ୍ନ ନେବା ପାଇଁ ସଚେତନ କରାଗଲା ।
ରାଜ୍ୟ
ଦିପ୍ତିପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 788








