ଲକ୍ଷାଧିକ ଟଙ୍କାର ହେରଫେର ଅଭିଯୋଗ ଆଣିଲେ ଗ୍ରାମ କମିଟି ଓ ଗ୍ରାମବାସୀ
ଜମନକିରା/ ଲିପନ ନାୟକ : ଓଡିଶା ସରକାର ଛାତ୍ରଛାତ୍ରୀ ଙ୍କ ଉଜ୍ଵଳ ଭବିଷ୍ୟତ ଶିକ୍ଷା ନିମନ୍ତେ ଏବେ ସ୍କୁଲ ଗୁଡିକ 5ଟି ମାଧ୍ୟମରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରିଛନ୍ତି l କିନ୍ତୁ ଠିକାଦାର ଓ ସରକାରୀ ବାବୁ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବା କହିବାକୁ ଗଲେ ଉକ୍ତ ଅଧିକାରୀଙ୍କ ଲୋଭ ଯୋଗୁଁ ଏବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଥିବା ଦେଖିବାକୁ ମିଳୁଛି l
ସୂଚନାଯୋଗ୍ୟ ଯେ ଜମନକିରା ବ୍ଲକ ଟିକିବା ପଞ୍ଚାୟତ ହାଇସ୍କୁଲ ଟି 2023- 24 ବର୍ଷ ରେ 5ଟି ସ୍କୁଲ ରୂପାନ୍ତରଣ ରେ 60 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l ହେଲେ ଗ୍ରାମ କମିଟି ଓ ଗ୍ରାମବାସୀଙ୍କ ଅଭିଯୋଗ ଯେ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ହେରଫେର ହୋଇ ସ୍କୁଲ ରୂପାନ୍ତରଣରେ ଅନିୟମିତତା ହେଉଛି l ସରକାର ଙ୍କ କଡା ନିର୍ଦେଶ କ୍ରମେ କୌଣସି ସରକାରୀ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନାଫଳକ ମାଧ୍ୟମରେ ଆର୍ଥିକ ବର୍ଷ କାର୍ଯ୍ୟର ସମସ୍ତ ତଥ୍ୟ ଦିଆଯିବା ଜରୁରୀ କିନ୍ତୁ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ କେବଳ ସୂଚନାଫଳକ ବୋର୍ଡ ଲଗେଇ ବୋର୍ଡରେ କିଛି ଦର୍ଶା ଯାଇନଥିବା ଦେଖିବାକୁ ମିଳୁଛି l ଯାହା ଫଳରେ ଜନସାଧାରଣ ଏହି ସ୍କୁଲର ରୂପାନ୍ତରଣ କାର୍ଯ୍ୟରେ ଲାଗିଥିବା ଉଚିତ ମୂଲ୍ୟ ଜାଣୁନଥିବାରୁ ଉକ୍ତ ଠିକାଦାର ନିମ୍ନ ମାନର ବାଲି, ସିମେଣ୍ଟ, ଗୋଡି, ଇଟା ଲଗାଇ କାର୍ଯ୍ୟ ତିଆରି କରୁଛନ୍ତି l ସ୍କୁଲ କୋଠରୀ ଗୁଡିକ ଠିକ ପ୍ରକ୍ରିୟାରେ ପୁଟି ମରାଯିବାକୁ ଥିବାବେଲେ ଖାମଖିଆଲି ଭାବରେ କାର୍ଯ୍ୟ କରୁଥିବାରୁ କାର୍ଯ୍ୟ ଶେଷ ହେବା ପୂର୍ବରୁ ହିଁ କୋଠରୀର ଅବସ୍ଥା ଖରାପ ହେବାକୁ ଲାଗିଲାଣି l ବିଭିନ୍ନ ସ୍ଥାନରେ କାନ୍ଥ ଗୁଡିକ ଫଟା ଦେଖିବାକୁ ମିଳୁଥିବା ବେଲେ ସେଠି ତାର ରୂପାନ୍ତରଣ କାର୍ଯ୍ୟ କରାଯଉନାହିଁ l
ସ୍କୁଲର ୟୁରିନାଲ ଟି ଏକଦମ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବାବେଳେ ଗ୍ରାମ କମିଟି ପକ୍ଷରୁ ଏହାକୁ ନୂତନ ଭାବେ କାର୍ଯ୍ୟକରି କରାଜିବାକୁ କୁହାଯାଇଥିବା ବେଳେ ଉକ୍ତ ଠିକାଦାର ଏହା ଆମ କାମ ନୁହେଁ ବୋଲି କମିଟିକୁ ଉତ୍ତର ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏହାକୁ ନେଇ ଗ୍ରାମ କମିଟି ସଭାପତି ସରୋଜ ଝାଙ୍କର ଓ କମିଟି ମେମ୍ବର ଅମୋଘ ପାଣିଗ୍ରାହୀଙ୍କୁ ପଚରା ଯିବାରୁ ସେ କହିଥିଲେ ଏହି ପ୍ରକାର ନିମ୍ନମାନ ଭାବରେ ସ୍କୁଲକୁ ତିଆରି କଲେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଘଟିପାରେ l କମିଟି ମେମ୍ବର ଓଁକାର ପଟେଲ ଙ୍କ କହିବା ଅନୁଯାଇ ଆମ୍ଭେ ଗ୍ରାମବାସୀ ଏହାର ବିରୋଧ କରିବାରୁ ଉକ୍ତ ଠିକାଦାର ତାଙ୍କ ଉପରେ ଜୋର ଦେଖାଇ କାର୍ଯ୍ୟକୁ ମନମୁଖୀ ଭାବରେ କରିଚାଲିଛନ୍ତି l ଏହାକୁ ନେଇ ଜମନକିରା ବି. ଡି. ଓ ପ୍ରସନ କୁମାର ପଟେଲ ଓ କାର୍ଯ୍ୟର ତଦାରଖ କରୁଥିବା ଯେ. ଇ ଅଜିତ କୁମାର ବେହେରା ଙ୍କୁ ଯୋଗାଯୋଗ କରାଯିବାରୁ ଏହାର ଆମ୍ଭେ ଉତ୍ତର ଦେବାକୁ ଚାହୁଁନୁ ବୋଲି ପ୍ରତିକ୍ରିୟା ରଖିଥିଲେ l ଅଳ୍ପ ପଇସା ପାଇବା ପାଇଁ ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଭବିଷ୍ୟତରେ ଛାତ୍ରଛାତ୍ରୀ ଉଜ୍ବଳ ଭବିଷ୍ୟତ ଖରାପ ହେବାରେ ଦାୟୀ କିୟେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ତୁରନ୍ତ ଏହାର ଉଚ୍ଚ ତଦନ୍ତ କଲେ ଘଟଣାର ସତ୍ୟତା ଜନସଧାରଣ ପାଖକୁ ଆସିବ ବୋଲି ଗ୍ରାମବାସୀ ଙ୍କ ମତ l








