ପଦ୍ମପୁର :- ମା ସିଂହ ବାହିନୀ ଏସ୍.ଏଚ୍.ଜି ଓ ଓଡିଶା ମୋ ପରିବାର (ଜୀବନ ବିନ୍ଦୁ ) ଆନୁକୂଲ୍ଯରେ ଏକ ରକ୍ତଦାନ ଶିବିର ଗୁଦେରପାଲି ମିଶନ ଶକ୍ତି ଗୃହ ଠାରେ ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ lକିଶୋର ଚନ୍ଦ୍ର ଦେବତା, ସରପଞ୍ଚ ରାମଚନ୍ଦ୍ର ପାତ୍ର, ସ୍କୁଲ ଶିକ୍ଷକ କିଶୋର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ଶୈଳବାଳା ଦେବତାଙ୍କ ସଂଯୋଜନା ରେ ଆୟୋଜିତ ଏହି ଶିବିର ରୁ ବରଗଡ଼ ରକ୍ତଭଣ୍ଡାର ଦ୍ଵାରା ୩୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି l ଏହି କାର୍ଯ୍ୟକ୍ରମ ରେ ମୁକେଶ ମୁରାରୀ କେଡିଆ ଙ୍କୁ ୫୦ ତମ ରକ୍ତଦାନ ପୂର୍ତ୍ତି ଉପଲକ୍ଷେ ସମ୍ମାନିତ କରାଯାଇଥିଲା l ନିର୍ମଲ ନାୟକ, ଆଲୋକ ବିଶ୍ଵାଳ, ଭୀମଦେବ ପଣ୍ଡା ମଞ୍ଜୁ ପାତ୍ର, ଶାନ୍ତି ଲତା ବିଶ୍ଵାଳ, ରେଣୁକା ଦେବତା, ପୁଷ୍ପାଞ୍ଜଳି ପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ମାଁ ସିଂହ ବାହିନୀ ଏସ୍. ଏଚ୍. ଜି ର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ l
ରାଜ୍ୟ
ଗୁଦେରପାଲି ରେ ରକ୍ତଦାନ ଶିବିର :୩୧ ୟୁନିଟ୍ ରକ୍ତ ସଂଗୃହୀତ
- Hits: 703








