ହେଡଲାଇନସ୍:

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ୨୪ ଘଣ୍ଟିଆ ବନ୍ଦ ସଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ/ ସ୍ୱତନ୍ତ୍ର ପ୍ରତିନିଧି ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ,ବାର୍ଦ୍ଧକ୍ୟ ଭତ୍ତା,ଆବାସ ଯୋଜନା,ଶିଳ୍ପ ତଥା ଅନ୍ୟାନ୍ୟ ସମସ୍ୟା ମୁଣ୍ଡ ଟେକିଛି | କେଉଁଠି ଡାକ୍ତରଖାନାରେ ଡାକ୍ତର ନାହାନ୍ତି ତ ପୁଣି ରୋଗୀମାନଙ୍କର ଚିକିତ୍ସା ପାଇଁ ବଡ ସହରକୁ ପଠାଯାଉଛି | ବାର୍ଦ୍ଧକ୍ୟଭତ୍ତା ଅନ୍ୟାନ୍ୟ ରାଜ୍ୟ ଗୁଡିକରେ ୧୦୦୦ଟଙ୍କା,୧୫୦୦ଟଙ୍କା,୨୦୦୦ ଟଙ୍କା ଓ ୨୫୦୦ଟଙ୍କା ଥିଲାବେଳେ ଓଡିଶାରେ ୫୦୦ ଟଙ୍କା ଦିଆଯାଉଛି | ମୟୂରଭଞ୍ଜର ଦୀର୍ଘ ଦିନରୁ ଦାବୀ ହୋଇଆସୁଛି, ଗୋରୁମହିଷାଣୀରୁ ବାଙ୍ଗିରିପୋଷି ଓ ବାଦାମପାହାଡରୁ କେନ୍ଦୁଝର ରେଳପଥ ସଂଯୋଗୀ କରଣ କିନ୍ତୁ ଏଥିରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଦରଦ ନାହିଁ | ଆବାସ ଯୋଜନା ମଧ୍ୟ କିଏ ପାଉଛି ତ ଆଉ କିଏ ପାଉ ନାହିଁ | ମୟୂରଭଞ୍ଜ ଜିଲ୍ଲାର ବିଦ୍ୟାଳୟ ଗୁଡିକରେ ଆବଶ୍ୟକସଂଖ୍ୟକ କୋଠରୀ ତଥା ଶିକ୍ଷକଶିକ୍ଷିକା ନାହାନ୍ତି | ଏହି ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ବାଦାମପାହାଡ, ସୁଲେଇପାଟ, ଗୋରୁମହିଷାଣୀ ଲୌହ ଖଣି ଥିବା ସର୍ତ୍ତେ ଏଠାରେ ଲୌହ କାରଖାନା ମଧ୍ୟ ନାହିଁ | ସେହିପରି ଆଦିବାସୀମାନଙ୍କର ସମ୍ମାନ ଓ ମୌଳିକ ଅଧିକାର ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ମୟୂରଭଞ୍ଜ ଜିଲ୍ଲାରେ ପାନୀୟଜଳ ମଧ୍ୟ ପ୍ରମୁଖ ସମସ୍ୟା ରୂପେ ଠିଆ ହୋଇଛି | ଉକ୍ତ ଉଦ୍ଦେଶ୍ୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ର ଓଡିଶା ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ମାର୍ଣ୍ଡିଙ୍କ ନେତୃତ୍ବରେ ୧୫ ଦଫା ଦାବୀ ନେଇ ଆଜି ସକାଳ ୬ଟା ଠାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ (୨୪ ଘଣ୍ଟା ) ବନ୍ଦ ଡାକରା ଦିଆଯାଇଛି | ଏଥିରେ ଓଡିଶା ରାଜ୍ୟ ପ୍ରବକ୍ତା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସୁନୀଲ ମାଝୀ,କେନ୍ଦ୍ରିୟ କମିଟୀ ସଦସ୍ୟ ସାଲୁ କିସ୍କୁ,ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା,ଉପ ସଭାପତି ମଦନମୋହନ ମାର୍ଣ୍ଡି,ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ,କାର୍ଯ୍ୟକାରୀ ସଦସ୍ୟ ଉଦୟନାଥ ସୋରେନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମସୁନ୍ଦର ହାଁସଦାଃ ଥିଲା ବେଳେ ହାଟବାଦଡା ଠାରେ ବାମନଘାଟୀ ସଂଖ୍ୟାଲଘୁ ସେଲ ସଭାପତି ଏସକେ ଜିକରାନ,ଏସକେ ସାଦିମାନ,ଏସକେ ନାଜିର ହୁସେନ,ଏସକେ ଜାହିଦ,ଚିତ୍ତରଂଜନ ସୋରେନ,ରଂଜିତ ବାସ୍କେ,ଭାଗିରଥୀ ପାତ୍ର,ଜୟ ସିଂ ବାସ୍କେ,ମାନସିଂ ମୁର୍ମୁ ,ମଙ୍ଗିଲାଲ ପାତ୍ର,ମଙ୍ଗଲ ସୋରେନ ତଥା ବହୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଦଳୀୟ ଲୋକେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ | ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ଉପଖଣ୍ଡ ର ସମସ୍ତ ବ୍ଲକ ତଥା ମ୍ୟୁନିସିପାଲିଟି ରେ ଗାଡିମଟର, ଦୋକାନବଜାର,ସରକାରୀ ବେସରକାରୀ ଅଫିସ କାର୍ଯ୍ୟାଳୟ, ସ୍କୁଲକଲେଜ ବନ୍ଦ ପହିଥିବା ବେଳେ ଜରୁରୀକାଳୀନ ସେବା ଖୋଲା ରହିଥିଲା |

0
0
0
s2sdefault