ରାଉରକେଲା (ବସନ୍ତ କୁମାର ଜେନା) : ଗିରଜାଟୋଲିର ଶତାଧିକ ବସ୍ତିବାସିନ୍ଦା ରାଉରକେଲା ମହାନଗର ନିଗମ କମିସନର ଓ ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ରଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଆମ୍ଭେମାନେ ଶକ୍ତିନଗର ଗିରଜାଟୋଲିର ବସ୍ତିବାସିନ୍ଦା ଅଟୁ। ଏହି ଅଞ୍ଚଳରେ ଆମ୍ଭେମାନେ ଦିର୍ଘ ୫୦ ବର୍ଷ ରୁ ଉର୍ଦ୍ଧ୍ୱ ଦିନ ହେଲା ଏହି ଅଞ୍ଚଳରେ ବସବାସ କରି ଆସିଅଛୁ।ଆମ ବସ୍ତିରେ ସରକାରଙ୍କ ତରଫରୁ ଏସ୍.ଏଚ.ଏ ସର୍ଭେ କରାଯାଇଥିଲା ଏଥିରେ ୩୬୩ ଘର ସର୍ଭେ କରାଯାଇଛି । କିନ୍ତୁ ବର୍ତମାନ ୧୪୪ ଘର ତାଲିକା ଭୁକ୍ତ ହୋଇ ଲିଷ୍ଟ ବାହାରି ଅଛି । କିନ୍ତୁ ବସ୍ତିର ଅନ୍ୟଘର ଗୁଡ଼ିକ ତାଲିକାଭୁକ୍ତ ହୋଇନାହିଁ । ଏଣୁ ଆମ୍ଭେମାନେ ଆପଣଙ୍କଠାରେ ଗୁହାରି କରୁଛୁ କି ସମସ୍ତ ଘରକୁ ପୁଙ୍ଖାନୁପୁଙ୍ଖ ଭାବରେ ସର୍ଭେ କରି ସମସ୍ତଙ୍କ ଘରକୁ ସାମିଲ କରିବା ପାଇଁ । ଏଣୁ ଆମ୍ଭେ ମାନେ ଗିରଜାଟୋଲିର ବସ୍ତିବାସିନ୍ଦା ବିନମ୍ର ନିବେଦନ କରୁଁ କି ଉପରୋକ୍ତ ଲିଖିତ ବିଷୟ ଉପରେ ବିଚାର କରି ସରକାରଙ୍କ ଯୋଜନାରେ ଆମ ବସ୍ତିକୁ ସାମିଲ କରାଯାଉ । ଏହି ଅବସରରେ ଶତାଧିକ ବସ୍ତିବାସିନ୍ଦା ଉପସ୍ଥିତ ଥିଲେ ।
ରାଜ୍ୟ
କମିଶନରଙ୍କୁ ଭେଟିଲେ ଗିରଜାଟୋଲିର ବସ୍ତିବାସିନ୍ଦା
- Hits: 224








