-
• ସାରା ଦେଶରୁ ବିଭିନ୍ନ କ୍ଷେତ୍ରର ୧୦୦ରୁ ଅଧିକ କଳାକାର ଅଂଶଗ୍ରହଣ କରିବେ ଓ ପରିବେଶ ମିତବ୍ୟୟୀ ଦୀର୍ଘସ୍ଥାୟୀ କଳାକୃତି ପ୍ରଦର୍ଶନ କରିବେ
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧-୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପାଂଚ ଦିନିଆ ‘Art for Climate Action ;India Art Facts ‘ ସମ୍ମିଳନୀରେ ସାରା ଦେଶର ବିଭିନ୍ନ କ୍ଷେତ୍ରର ପ୍ରାୟ ୧୦୦ ଯୁବ ଓ ବିଶିଷ୍ଟ କଳାକାର ଅଂଶଗ୍ରହଣ କରିବେ ।
କେନ୍ଦ୍ର ବୟନ ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ସହାୟତା ପାଉଥିବା କଳାକାରମାନଙ୍କ ଶୀର୍ଷ ସଂସ୍ଥା “ଅର୍ଗାନାଇଜେସନ୍ ଫର୍ ଡେଭେଲପ୍ମେଂଟ୍ ଆଣ୍ଡ୍ ଇଂଟିଗ୍ରେସନ ଅଫ୍ ଆର୍ଟ ଆଣ୍ଡ୍ ଆର୍ଟିଷ୍ଟ୍ (ଓଡିଆଇଏଏ) ପକ୍ଷରୁ ଜାତୀୟ କ୍ରାଫ୍ଟ ମୁ୍ୟଜିୟମ୍ ଓ ହସ୍ତକଳା ଏକାଡେମି ସହଯୋଗରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଏହି ପାଂଚଦିନିଆ ସମ୍ମିଳନୀ ଆୟୋଜନ କରାଯାଉଛି ।
ଓଡ଼ିଆ ସଂଗଠନର ସମ୍ପାଦକ କ୍ଷିତୀଶ ଚନ୍ଦ୍ର ଦାସ କହିଛନ୍ତି ଯେ, “ପ୍ରଗତି ମଇଦାନର ଜାତୀୟ କ୍ରାଫ୍ଟସ ମୁ୍ୟଜିୟମ୍ ଓ ହସ୍ତକଳା ଏକାଡେମିରେ ଅନୁଷ୍ଠିତ ହେବାକୁ ଥିବା “ଜଳବାୟୁ ପାଇଁ କଳା’ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବିଶିଷ୍ଟ କଳାକାରମାନେ ଅଂଶଗ୍ରହଣ କରିବେ ଏବଂ ନିଜର ଅଭିନବ ପରିକଳ୍ପନା ଜରିଆରେ ଜଳବାୟୁ କ୍ଷୟକ୍ଷତିର ବାସ୍ତବ ଚିତ୍ର ଆଙ୍କିବେ ଏବଂ ଏକ ଦୀର୍ଘସ୍ଥାୟୀ ଜୀବନଶୈଳୀ ଉପରେ ଗୁରୁତ୍ୱାରୋପ କରିବେ ।’’
ଏହି ୧୦୦ ପରିବେଶ ସଚେତନ କଳାକାରମାନେ ସେମାନଙ୍କ ଅଭିନବ ପରିକଳ୍ପନା ଜରିଆରେ ଏକ ଦୀର୍ଘସ୍ଥାୟୀ ଜୀବନଶୈଳୀର ଗ୍ରହଣୀୟତା କେତେ ଜରୁରୀ ତାହା ଉପରେ ଗୁରୁତ୍ୱାରୋପ କରିବେ । ବାଳୁକା କଳା ଭଳି ବିଭିନ୍ନ ପ୍ରକାର କଳା ମାଧ୍ୟମରେ କଳାକାରମାନେ ସେମାନଙ୍କ ଚିନ୍ତାଧାରାକୁ ଉପସ୍ଥାପନ କରିବେ । କାଠ ଖଣ୍ଡ, କାଗଜ, କାର୍ଡବୋର୍ଡ, ଧାତବ, ବର୍ଜ୍ୟବସ୍ତୁ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରୁ କଳାକାରମାନେ ସେମାନଙ୍କ ଚମକ୍ରାର କଳାକୃତି ପ୍ରସ୍ତୁତ କରିବେ ବୋଲି ଶ୍ରୀ ଦାସ କହିଛନ୍ତି ।’’
ଏହି ସମ୍ମିଳନୀରେ କଳା କିଭଳି ପରମ୍ପରାର ପ୍ରାଚୀରକୁ ଅତିକ୍ରମ କରି ଜଳବାୟୁ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଶକ୍ତିଶାଳୀ ବାର୍ତା ପ୍ରଦାନ କରୁଛି ତାହା ଜଣାଇବ । ଆମେ ଆଶା କରୁଛୁ ଯେ କଳାପ୍ରେମୀ, ପରିବେଶବିତ ଓ ସାଧାରଣ ଲୋକମାନେ କଳା ଓ ପରିବେଶ ସଚେତନତାର ଏହି ମିଶ୍ରଣକୁ ଉପଭୋଗ କରିବା ଲାଗି ଆସିବେ । ଏହି ସମ୍ମିଳନୀର ପ୍ରମୁଖ ଆକର୍ଷଣ ହେଉଛି ଓଡ଼ିଶାର ପୁରୀର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୋଟିପୁଅ ନୃତ୍ୟ ବୋଲି ଶ୍ରୀ ଦାସ କହିଛନ୍ତି ।
ଜି୨୦ ରାଷ୍ଟ୍ରର ରାଷ୍ଟ୍ରଦୂତ, ସାଂସଦ ଓ ମନ୍ତ୍ରୀମାନେ ଏହି ସମ୍ମିଳନୀ ପରିଦର୍ଶନ କରିବେ ଏବଂ ବିଭିନ୍ନ ପ୍ୟାନେଲ ଆଲୋଚନା ହେବା ସହ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସିନେମା ପ୍ରଯୋଜକଙ୍କ ସିନେମା ଓ ବୃତଚିତ୍ର ପ୍ରଦର୍ଶନ କରାଯିବ ।
ଏହି ସମ୍ମିଳନୀରେ ଫଟୋଗ୍ରାଫର ସନ୍ତୋଷ କୁମାର, ପ୍ରିଂଟ୍ ମେକର ପ୍ରିୟାଂଶୁ ଚୌରସିଆ, ସ୍ଥପତି ଜିତେନ୍ଦ୍ର ପ୍ରଜାପତି, ଚିତ୍ରଶିଳ୍ପୀ ଚିନ୍ମୟୀ ବେହେରା, ଚିତ୍ରଶିଳ୍ପୀ ଗଗନ ମଣ୍ଡଳ, ବନ୍ଦନା କୁମାରୀ, ସେରାମିଷ୍ଟ ନୀତୁ, ସ୍ଥପତି ସୁକନ୍ୟା, ଚିତ୍ରଶିଳ୍ପୀ ଜାଗୃତି କାଠୁରିଆ ଓ ଚିତ୍ରଶିଳ୍ପୀ ପ୍ରଣତି ଦାସ ଓ ଦେବାଶିଷ ପ୍ରମୁଖ ଅଂଶଗ୍ରହଣ କରିବେ ।








