ବିକାଶର ରାଜୁତି ଦେଖିବ ତ ମଲ୍ଲିଝରଣକୁ ଆସ
ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଗୋଟିଏ କାଖରେ ବା ହାତରେ ଛୁଆ, ଆଉ ଗୋଟିଏ କାଖରେ ବା ମୁଣ୍ଡରେ ପାଣି ହାଣ୍ଡି ବା ମାଠିଆ. ପାଣି ଟୋପାଏ ପାଇଁ କଲବଲ ଲୋକମାନେ କାହିଁ କେତେଦୂର ବିଲ ନାଳରୁ ଦୂଷିତ ପାଣି ନେଇ ଧାଡିରେ ଆସୁଥିବା ଦୃଶ୍ୟ ପ୍ରମାଣିତ କରିଦେଉଛି ବିକାଶର ପରିଭାଷାକୁ. ଜିଲ୍ଲାପାଳ ବ୍ଲକ ୱାରି ଗ୍ରୀଭାନ୍ସ କରୁଛନ୍ତି, ଫିଲଡ ଷ୍ଟାଫ ବି ଅଛନ୍ତି, ବିଡ଼ିଓ ଠୁ ଆରମ୍ଭ କରି ପଂଚାୟତ ଅଫିସର ଯାଏଁ ସଭିଏଁ ଆସୁଛନ୍ତି. ଏବେ ପୁଣି ନୁଆଁ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନିର୍ବାଚନ ମଣ୍ଡଳୀ ୱାରି ଗ୍ରୀଭାନ୍ସ ନେଉଛନ୍ତି.... ହେଲେ ଏତେ ମେକାନିଯିମ ଥିଲେ ବି ମଲ୍ଲିଝରଣର ଠିକଣା ଏଯାଏ ପାଇଲାନି ବିକାଶ. ଲଜ୍ଜ୍ୟାର କଥା..... ଆଉ କଣ ଅଜାଡି ଦେବା ଲୋକଙ୍କୁ, ଯୋଉଠି ସର୍ବନିମ୍ନ ଆବଶ୍ୟକତା ପାନୀୟ ଜଳ ପହଞ୍ଚେଇ ପାରିଲେନି ଲୋକଙ୍କ ଦୁଆର ମୁହଁରେ!!!
ବିକାଶର ଦ୍ୱାହି ଦେଇ ଭୋଟ ମାଗୁଥିବା ନେତାଗଣ ଏବଂ ଗ୍ରାମାଞ୍ଚଳ ମାନଙ୍କରେ ସରକାରୀ ଯୋଜନାର ସଫଳ ରୂପାୟନ କଥା କହୁଥିବା ସରକାର ଥରେ ଗ୍ରାମାଞ୍ଚଳ ମାନଙ୍କୁ ଯାଇ ସ୍ଥିତି ପରଖନ୍ତୁ. କୁଆଡେ ନଗଲେ ନାଇଁ ରାୟାଗଡା ଜିଲ୍ଲାର ମଲ୍ଲିଝରଣ କୁ ଯାଆନ୍ତୁ. ଦେଖନ୍ତୁ କେମିତି ସେଠି ବିକାଶ ଲହଡି ଭାଙ୍ଗୁଛି ଆଉ ଲୋକଙ୍କ ମୁହଁରେ କେମିତି ହସ ଫୁଟୁଛି |
ଲୋକ ମିଛ ବିକାଶ ପ୍ରଚାରର ସେ ପାରିରେ କେମିତି ଦୁର୍ଦ୍ଦିନରେ ଅଛନ୍ତି |ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ମଲିଝରଣ ଗ୍ରାମ ହେଉଛି ତାର ନିଆରା ଉଦାହାରଣ. ମଲ୍ଲିଝରଣ, ରାଜା ରାଜୁଡାଅମଳର ଏକ ବହୁ ପୁରୁଣା ଗାଁ . ମୁଖ୍ୟମନ୍ତ୍ରୀନବୀନ ବାବୁ କହୁଛନ୍ତି ଗାଁ କୁ କାମ ଆଉ ମାଆଙ୍କୁ ସନମାନ. ତାଙ୍କ ମହତ ଉଦ୍ଦେଶ୍ୟର ଲେସ ମାତ୍ର ପ୍ରାକ୍ଟିକାଲିଟି ନାହିଁ ଏହି ଗାଁରେ. ଏହି ଦୃଶ୍ୟ ରେ ଆପଣ ମାନେ ଦେଖିପାରୁଥିବେ କେତେ ମା ଙ୍କୁ ସମ୍ମାନ ଆଉ ଯେଉଁ ଘରେ ଘରେ ଆଉ ବସୁଧା ପାଣି ର ସୁବିଧା, ତାହା ଏଠି ପ୍ରହସନ |ବର୍ଷ ତମାମ କାଦୁଅ ପାଣି ପିଇ ଗ୍ରାମବାସୀ କାଟୁଛନ୍ତି ଜୀବନ.! ଗତ ବର୍ଷ ହଇଜା ରେ ଏହି କାଦୁଅ ପାଣି ପିଇକି ମଣିଷ ର ଜୀବନ ଯାଇଥିଲା lକିନ୍ତୁ ପ୍ରଶାସନ ଏଇଟି ନୀରବଦ୍ରଷ୍ଟା ସାଜିଛନ୍ତି ଆଉ କେତେ କାଦୁଅ ପାଣି ପିଇକି ଜୀବନ ଗଲେ ପ୍ରଶାସନ ନିଦରୁ ଉଠିବେ କେଜାଣି |
ଗାଁ ରେ ଅଛି ବସୁଧା ପାଣି ଟାଙ୍କି l କିନ୍ତୁ ପାଣି ଶୂନ lଏଇଠି ବୁଦ୍ଧିଯିବି ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି ବସୁଧା ଯୋଜନା ର ନା କୁ ମାତ୍ର ଟାଙ୍କି କରିକି କଂଟ୍ରାକଟର କୁ ପଇସା ଦେବା ପାଇଁ ନା ଗାଁ ର ଲୋକଙ୍କ ପାଇଁ ପାଣିର ସୁବିଧା ପାଇଁ? କିନ୍ତୁ ଏଇଟି ଟାଙ୍କି କରିକି ଫୋଟୋ କାଡିକି ସରକାର ଘରେ ଘରେ ପାଣି ଏଇଟା ହେଉଛି ବସୁଧା ଯୋଜନା ବୋଲି ବାଃ ବାଃ ଦେଖାଇହେଉଛି. ଗ୍ରାମ ବାସୀ ପ୍ରକାଶ କରିଛନ୍ତି "ଏବେ 5ଟି ସଚିବ ଭିକେ ପାଣ୍ଡିଆନ ମାଙ୍କୁ ସନମାନ କଥା ସବୁଠି କହୁଥିବା ବେଳେ ପ୍ରଶାସନ ଏହି ମଲିଝରଣ ଗ୍ରାମ ର ମହିଳା ଙ୍କ ଦୁଃଖ ସତରେ ବୁଝିପାରୁନାହାନ୍ତି ନା ଜାଣିକି ବି ଅଜଣା ହେଉଛନ୍ତି" ଯଦି ଖବର ପ୍ରକାଶିତ ହେଲା ପରେ ଯଥାଶୀଘ୍ର ଶୁଦ୍ଧପାଣି ର ବ୍ୟବସ୍ଥା ନ କରନ୍ତି ଆଗକୁ ଥିବା ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ କହିଛନ୍ତି |









