ହେଡଲାଇନସ୍:

ମାନବିକତା ଦେଖାଇଲେ ଯୁବକ : ରାସ୍ତାରୁ ମିଳିଥିବା ବ୍ୟାଗକୁ ଦେଲେ ପୁଲିସର ଜିମା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାସ୍ତା କଡ଼ରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକଗୁରୁତ୍ୱ ପୂର୍ଣ୍ଣ ଏୟାର ବ୍ୟାଗକୁ ପୁଲିସର ଜିମା ଦେଇ ମାନବିକଦାର ପରିଚୟ ଦେଇଛନ୍ତି ଟିକିରି ନିବାସୀ ପୀତବାସ ମେଦ୍ରି । ଗତ ଦିନରେ ଏହି ବ୍ୟାଗ ଟି ଚୋରି ହୋଇ ଥିବାର ଟିକିରି ଥାନାରେ ଅଭିଯୋଗ ହୋଇ ଥିଲା ।ପୁଲିସ ଏତଲା କାରୀ ବ୍ୟକ୍ତି କୁ ଡକାଇ ବ୍ୟାଗକୁ ଫେରାଇ ଥିବା ବେଳେ ଟାଵଲେଟ ବ୍ୟତୀତ ବାକି ସବୁକିଛି ଜିନିଷ ଠିକ ଠାକ ଥିବାର ଜଣା ଯାଇଛି ।

ସ୍ଥାନୀୟ ଉତ୍କଳ ହସ୍ପିଟାଲରେ କାର୍ଯ୍ୟରତ ପୀତବାସ ମେଦ୍ରି ବୁଧବାର ରାତିରେ ଡିଉଟି ସାରି ବାଇକ ରେ ଘରକୁ ଫେରୁ ଥିଲେ। ହାଟ ପଦା ରାସ୍ତା ପାର୍ଶ୍ଵରେ ନିଛାଟିଆ ସ୍ଥାନରେ ଏକ ଧଳା ରଙ୍ଗର ଏୟାର ବ୍ୟାଗ ପଡିଥିବାର ଦେଖିଥିଲେ । କୌଣସି ବ୍ୟକ୍ତିର ଏହି ବ୍ୟାଗଟି ରାସ୍ତା ରେ ଖସି ପଡ଼ିଥିବା ଭାବି ଏହାକୁ ସ୍ଥାନୀୟ ଟିକିରି ଥାନାର ଏସଆଇ ଏମ କେ ଜେନାଙ୍କ ଜିମା ଦେଇଥିଲେ ।ବ୍ୟାଗରେ ଥିବା ସାର୍ଟିଫିକେଟ, ଆଧାର କାର୍ଡ ଆଦି ଯାଞ୍ଚ କରିବା ପରେ ସ୍ଥାନୀୟ କିନ୍ଦିରି ପଦର ଗ୍ରାମର ପରମା ନନ୍ଦ ନାଚିକାଙ୍କ ବୋଲି ଜଣା ଯାଇଥିଲା । ଗୋକୁଳ ମୁଣ୍ଡା ହାଟ ପଦା ର ଏକ ଭଡ଼ା ଘରେ ରହୁଥିବା ପରମାନନ୍ଦ ଟିକିରି ଏସବିଆଇରେ କାର୍ଯ୍ୟରତ ଥିବା ଜଣାପଡିଛି ।ଚଳିତ ମାସ ୨୧ତାରିଖ ରାତିରେ ପରମା ନନ୍ଦ ନାଚିକା ଭଡ଼ା ଘରେ ଏକାକୀ ଶୋଇ ଥିବା ବେଳେ ମ୍ୟାଟ୍ରିକ, ଯୁକ୍ତ ଦୁଇର ବୋର୍ଡ଼ ଏବଂ ବି ଟେକ ସାର୍ଟିଫିକେଟ,ପାସ ବୁକ, ଆଧାର କାର୍ଡ ଭଳି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂମୋବାଇଲ ଏବଂ ଟାଵଲେଟ ରହିଥିବା ବ୍ୟାଗ ଚୋରି ହୋଇ ଥିଲା। ଚୋରି ହୋଇଥିବା ଟାଵଲେଟ ର ମୁଲ୍ୟ କୋଡିଏ ହଜାରରୁ ଅଧିକ ହେବ ବୋଲି ଜଣା ଯାଇଛି ।ଏସବୁ ଜିନିଷ ଚୋରୀ ହୋଇ ଥିବାର ଚଳିତ ମାସ୨୨ ତାରିଖରେ ଥାନାରେ ଏତଲା ଦେଇଥିଲେ ପରମା ନନ୍ଦ ।ସେ ବ୍ୟାଗ କୁ ଫେରି ପାଇବା ପରେ ଖୁସୀ ବ୍ୟକ୍ତ କରିଛନ୍ତି । ସେହିପରି ମାନବିକତା ର ପରିଚୟ ଦେଇଥିବା ପୀତବାସଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

0
0
0
s2sdefault